#Breaking News

ବରଗଡ଼ ଜୁନିଅର କଲେଜ ରେ ଛାତ୍ରଛାତ୍ରୀ ଅସୁସ୍ଥ

ବରଗଡ଼(ଉଲାପ୍ର)ବରଗଡ଼ ନିକଟସ୍ଥ କମଗାଁ ଜୁନିୟର କଲେଜ ହଷ୍ଟେଲରେ ରହୁଥିବା ୧୯ ଜଣ ଅନ୍ତେବାସୀ ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କୁ ଖେଦାପାଲି ସ୍ଥିତ ଜିଲ୍ଳା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଷାକ୍ତ ପାଣି ପିଇ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । କୋଭିଡ଼ ଜନିତ ସ୍ଥିତି ସ୍ୱାଭାବିକ ହେବା ପରେ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ଶିକ୍ଷାନୁଷ୍ଠାନ ଖୋଲିଥିଲା । ତେବେ ଆଗାମୀ ୧୯ ତାରିଖ ଦିନ ପୁଣି ଲକଡାଉନ ହେବ ବୋଲି ସୋସିଆଲ ମିଡ଼ିଆରେ ଏକ ଗୁଜବ ପ୍ରଚାରିତ ହୋଇଥିଲା । ମାତ୍ର ତାହା ଗୁଜବ ବୋଲି ଜଣାପଡ଼ିବା ପରେ ଉକ୍ତ ହଷ୍ଟେଲର ଜଣେ ଛାତ୍ର ଲକଡ଼ାଉନ ନିଶ୍ଚୟ ହେବ ବୋଲି ସାଙ୍ଗ ମାନଙ୍କୁ କହିଥିଲା । ଦୁିଦିନ ଆଗରୁ ସେ ଘରୁ ଆଣିଥିବା ହରମୋନ ପାଣିରେ ମିଶାଇ ନିଜେ ପିଇବା ସହ ସାଙ୍ଗ ମାନଙ୍କୁ ପିଇବାକୁ ଦେଇଥିଲା । ତାହା ପିଇବା ପରେ ଛାତ୍ରମାନେ ଅସୁସ୍ଥ ଅନୁଭବ କରିଥିଲେ । ସେମାନଙ୍କୁ ତୁରନ୍ତ ଡ଼ାକ୍ତରଖାନା ନିଆଯାଇଥିଲା । ତେବେ ସେହି ପାଣି ପିଇ ନଥିବା କିଛି ଛାତ୍ର ମଧ୍ୟ ଅସୁସ୍ଥ ଅନୁଭବ କରିବାରୁ ସେମାନଙ୍କୁ ମଧ୍ୟ ଡାକ୍ତରଖାନା ନିଆଯାଇଛି । ଡାକ୍ତରଖାନାରେ ସମସ୍ତେ ସୁସ୍ଥ ଅଛନ୍ତି ଏବଂ ସମସ୍ତଙ୍କୁ ଛାଡ଼ି ଦିଆଯିବ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଉକ୍ତ ଶିକ୍ଷାନୁଷ୍ଠାନ ପକ୍ଷରୁ ସମସ୍ତ ଅବିଭାବକ ମାନଙ୍କୁ ଡ଼କାଯାଇଥିବା ଜଣାପଡ଼ିଛି ।

Leave a comment

Your email address will not be published. Required fields are marked *