#Breaking News

କଟକରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବୁଦ୍ଧିଜୀବୀ ସମ୍ମିଳନୀ


“””””””””””””‘””””””””””””””””””””
ଫେବୃଆରୀ ୬ ତାରିଖ ଅପରାହ୍ନ ରେ କଟକ, ଶାରଳା ଭବନ ରେ କେନ୍ଦ୍ର ସରକାରଙ୍କ ” ଆତ୍ମନିର୍ଭର ଅର୍ଥବ୍ୟବସ୍ଥା ଯୁକ୍ତ ଭାରତର ବଜେଟ-୨୦୨୨” ସମ୍ବନ୍ଧରେ କଟକନଗର ଭାଜପା ବୁଦ୍ଧିଜୀବୀ ପ୍ରକୋଷ୍ଠ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ ହେଲା। ସଭା ଆରମ୍ଭରେ ଭାରତ ରତ୍ନ ଲତା ମଙ୍ଗେସକର ଙ୍କର ନିଧନ ରେ ଦୁଃଖ ପ୍ରକାଶ କରାଯାଇ ଶୋକ ପ୍ରସ୍ତାବ ପାରିତ ହୋଇ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।କଟକନଗର ଜ଼ୀଲ୍ଲା ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ ସଭାପତିତ୍ୱ କରି ପରିଚୟ ଓ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ,ମୁଖ୍ୟ ଵକ୍ତା ଭାବେ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଓ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଉପସ୍ଥିତ ରହି ବଜେଟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।


କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ ୨୦୧୪ ପୂର୍ବରୁ ଭାରତର ଅର୍ଥବ୍ୟବସ୍ଥା ବିଭିନ୍ନ ସ୍କାମ କାରଣରୁ ଭୁଶୁଡି ପଡିଥିଲା, ପରେ ତାହାର ସୁଧାର ଆଣିଥିଲେ,ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ।ତାଙ୍କରି ଦୂରଦୃଷ୍ଟି କାରଣରୁ ଆଜି କରୋନା ମହାମାରୀ ପରେ ବିଶ୍ୱ ଅର୍ଥବ୍ୟବସ୍ଥା ବଡ ବଡ଼ ଦେଶ ତଳକୁ ଯାଉଥିବା ବେଳେ ଭାରତ ନିଜକୁ ସମ୍ଭାଳି ବହୁ ଆଗକୁ ଯିବାକୁ ପ୍ରସ୍ତୁତ ହେଉଛି।ଏବେ ବିଶ୍ୱର ୪ର୍ଥ ଅର୍ଥଶକ୍ତି ଭାରତ ଆତ୍ମନିର୍ଭର ଶିଳ୍ପ କ୍ଷେତ୍ରରେ ଚାଇନା କୁ କଡ୍ଡା ଟକ୍କର ଦେବାକୁ ସମର୍ଥ।ଉଦାହରଣ,ନୋଏଡାରେ ଏବେ ବିଶ୍ୱର ସବୁଠୁ ବଡ଼ ମୋବାଇଲ କାରଖାନା।ଚଳିତ ବଜେଟରେ ଖାଦ୍ୟ,ବସ୍ତ୍ର,ଶିଳ୍ପ,ଯୋଗାଯୋଗ,ଶିକ୍ଷା,ସ୍ୱାସ୍ଥ୍ୟ ପ୍ରତ୍ୟେକ କ୍ଷେତ୍ରରେ ଭିତ୍ତିଭୂମି ନିର୍ମାଣ ପାଇଁ ପ୍ରଚୁର ଅର୍ଥବ୍ୟବସ୍ଥା କରାଯାଇପାରିଛି,ଯାହାର ପ୍ରଭାବ ଆଗାମୀ କିଛିଦିନ ମଧରେ ଜଣାପଡିବ।ସାଡେ ସାତ ଲକ୍ଷ କୋଟି ଟଙ୍କାର ବିନିଯୋଗ ହେବାରୁ,ଏହାର ଚାରିଗୁଣ ପ୍ରଭାବ ମାର୍କେଟରେ ହେବାକୁ ଯାଉଛି।ଏମ ଏସ ଏମ ଇ କ୍ଷେତ୍ରରେ ସବୁଠୁ ଅଧିକ ଇନଭେଷ୍ଟ ହୋଇଥିବାରୁ,୨୦ ଲକ୍ଷ ରୁ ଅଧିକ ରୋଜଗାର ସୃଷ୍ଟି ହୋଇପାରିଛି।ଯାହାକାରଣରୁ ଭାରତରେ ବଜ଼ାର ମାନ୍ଦା ନାହିଁ। ଶିକ୍ଷା କ୍ଷେତ୍ରରେ ସମ୍ପୂର୍ଣ୍ଣ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ପ୍ରୟାସ ହୋଇଛି।ମୋଟାମୋଟି ଭାବେ ମୋଦୀଜି ସୁବର୍ଣ୍ଣ ଭାରତର ଭବିଷ୍ୟ ନିର୍ମାଣ ପାଇଁ ଲାଗିଛନ୍ତି ବୋଲି ସେ କହିଥିଲେ। ଓଡ଼ିଶାର ରେଳ,ଟେଲିକମ, ଏଆର ତଥା ଅନ୍ୟାନ୍ୟ ଯୋଗାଯୋଗ କ୍ଷେତ୍ରରେ ପ୍ରଚୁର ଅର୍ଥ ଦିଆଯାଇଛି, ଆଗକୁ ଆହୁରି ବହୁତ କିଛି ଶ୍ରୀଜଗନ୍ନାଥ ଓ ମା କଟକଚଣ୍ଡୀଙ୍କ ଆଶୀର୍ବାଦ ରୁ ହେବ ବୋଲି ସେ କହିଥିଲେ।ସ୍ୱାଗତ ଭାଷଣ ଶ୍ରୀ ନୟନକିଶୋର ମହାନ୍ତି, ପ୍ରସଙ୍ଗ ପରିଚାଳନା ଶ୍ରୀ ସଜନ ଶର୍ମା,ପ୍ରଶ୍ନୋତ୍ତର କାଳ ପରିଚାଳନା ଶ୍ରୀ ବିନୋଦ ଦାସ ଓ ଧନ୍ୟବାଦ ଦେଇଥିଲେ କଟକ ଜ଼ୀଲ୍ଲା ସଭାପତି ଶ୍ରୀ ପ୍ରକାଶ ବେହେରା। ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଗୋଲଖ ପ୍ରସାଦ ମହାପାତ୍ର,ରାଜ୍ୟ ସଂଯୋଜକ ଶ୍ରୀ ଠାକୁର ରଣଜିତ ଦାସ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ,ଜିଲ୍ଲା ବୁଦ୍ଧିଜୀବୀ ପ୍ରକୋଷ୍ଠ ର ଆବାହକ ଶ୍ରୀ ଗୁରୁଦତ୍ତ କର ମଞ୍ଚରେ ଉପସ୍ଥିତ ଥିଲେ। ସଭାଗୃହରେ ୪୦୦ରୁ ଉର୍ଦ୍ଧ୍ବ କଟକର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *