#Breaking News

ଆମ୍ ଆଦମୀ ପାର୍ଟିର ନୂତନ ସଭ୍ୟ ଙ୍କ ଯୋଗଦାନ


ବରଗଡ: (ସତ୍ୟ ନାରାୟଣ ପ୍ରଧାନ) ପଂଜାବ ରେ ଆମ୍ ଆଦମୀ ପାର୍ଟି ର ଐତିହାସିକ ବିଜୟ ପରେ ଏବେ ଆପ୍ ପ୍ରତି ଲୋକଙ୍କ ଆସ୍ଥା ବଢିବାରେ ଲାଗିଛି । ରବିବାର ବରଗଡ ଆମ୍ ଆଦମୀ ପାର୍ଟି ରେ ୩୦ରୁ ଉର୍ଦ୍ଧ ନୂଆ ସଭ୍ଯ ଯୋଗ ଦେଇଛନ୍ତି । ଅତାବିରା, ଭେଡେନ, ସୋହେଲା,ଭଟଲି, ବରପାଲି ଓ ବରଗଡ ବ୍ଲକ ରୁ ନୂଆ ସଭ୍ୟମାନେ ଯୋଗ ଦେଇଥିଲେ । ଭ୍ରଷ୍ଟାଚାର ମୁକ୍ତ ଶାସନ, ଉନ୍ନତ ମାନର ଶିକ୍ଷା ଓ ସ୍ବାସ୍ଥ୍ୟ ସେବା, ୨୦୦ ୟୁନିଟ ବିଜୁଳି ଫ୍ରୀ, ପାଣି, ରୋଜଗାର ଭଳି ପ୍ରସଙ୍ଗ କୁ ନେଇ ଆପ୍ ସଂଗଠନ କାଯ୍ୟ କରିବ ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସଭ୍ୟ ଅମିତାଭ ପାତ୍ର, ମାରିୟମ ବାର୍ଲା, ଅସିତ ସାହୁ, ପବିତ୍ର ଦେହେରୀ ,ପୌଲସ୍ତ ସାହା ଉପସ୍ଥିତ ରହି ଥିଲେ । ଆଗାମୀ ଗୋଟିଏ ମାସ ସଭ୍ୟ ସଂଗ୍ରହ ଅଭିଯାନ କରାଯିବ ।

Leave a comment

Your email address will not be published. Required fields are marked *