#Breaking News

ଧନୁଯାତ୍ରା ମହୋତ୍ସବ ସ୍ମରଣିକା କମିଟି ର ବୈଠକ ଅନୁଷ୍ଠିତ


ବରଗଡ଼:(ସତ୍ୟ ନାରାୟଣ ପ୍ରଧାନ
ଧନୁଯାତ୍ରା ମହୋତ୍ସବ ଆସନ୍ତା ଡ଼ିସେମ୍ବର ମାସ ରେ ହେବାକୁ ଥିବା ବେଳେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି କ୍ରମରେ ଆଜି ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଙ୍କ ପୈାରହିତ୍ୟରେ ତାଙ୍କ ପ୍ରକୋଷ୍ଠ ରେ ଧନୁଯାତ୍ରା ମହୋତ୍ସବ ସ୍ମରଣିକା କମିଟି ର ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଧନୁଯାତ୍ରା ମହୋତ୍ସବ ର ୭୫ ତମ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ’ଧନୁଷ୍ପ୍ରଭା’ ମୁଖପାତ୍ର କୁ କିଭଳି ସ୍ବତନ୍ତ୍ର ଓ ସର୍ବାଙ୍ଗ ସୁନ୍ଦର ହୋଇ ପ୍ରକାଶିତ ହୋଇପାରିବ ସେ ଉପରେ ଆଲୋଚନା ହୋଇଥିଲା। ଲେଖକ ମାନଙ୍କ ଠାରୁ ଲେଖା ସଂଗ୍ରହ ତଥା ଅନ୍ୟାନ୍ୟ ତଥ୍ୟ ସଂଗ୍ରହ ପାଇଁ ଆସନ୍ତା ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା। ବୈଠକରେ ଧନୁଯାତ୍ରା ମହୋତ୍ସବ ସମିତି ର ସମ୍ପାଦକ ସୁରେଶ୍ଵର ଶତପଥୀ, ଅଧ୍ୟାପକ ମୋହନ ସାହୁ, ପଞ୍ଚାୟତ କଲେଜ ଅଧ୍ୟକ୍ଷ ପତିତପାବନ ସାହୁ, ଟ୍ରଷ୍ଟ ଫଣ୍ଡ କଲେଜ ଅଧ୍ୟକ୍ଷ ଡ଼ଃ ସରୋଜ କୁମାର ଦେବତା, ବରଗଡ଼ ମହିଳା କଲେଜ ର ଅଧ୍ୟାପିକା ସଂଘମିତ୍ରା ମିଶ୍ର, ଜିଲ୍ଲା କୋଷାଗାର ର ମୁଖ୍ୟ ମିନତି ପତି, ଡେପୁଟି କଲେକ୍ଟର ଅଶ୍ବିନୀ ଦାଶ, ଆଇନଜୀବୀ ଲିପସିତ ମିଶ୍ର,ମୁଦ୍ରକ ସଂକୀର୍ତ୍ତନ ଜାଲ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଅଶ୍ବିନୀ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Leave a comment

Your email address will not be published. Required fields are marked *