#Breaking News

ମାନବ ସେବା ହିଁ ଇଶ୍ୱର ସେବା ର ବାର୍ତା ଦେଲେ ଖ୍ରୀଷ୍ଟାବଲମ୍ବୀ


ବରଗଡ଼: ଗ୍ରେସ ଅଫ ଗଡ ଚର୍ଚ୍ଚ ପକ୍ଷରୁ ପ୍ରି କ୍ରିସ ମାସ୍ ପାଳିତ ହୋଇଯାଇଛି । ବୁଧବାର ତୋରା ସତ୍ୟ ନଗର ସ୍ଥିତ ଚର୍ଚ୍ଚରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବହୁତ ଗରିବ, ଦୁଃଖୀ, ଅସହାୟ, କୁଷ୍ଠ ରୋଗୀ ମାନଙ୍କୁ ସେବା କରାଯାଇଥିଲା । ପାଦ ଧୋଇ ସମସ୍ତଙ୍କୁ ସ୍ୱାଗତ କରିବା ସହ ଅସହାୟ ମାନଙ୍କୁ କମ୍ବଳ ବଣ୍ଟନ କରି ମାନବ ସେବା ହିଁ ଇଶ୍ୱର ସେବା ର ବାର୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଚର୍ଚ୍ଚ ପକ୍ଷରୁ ପାଷ୍ଟର କୁଞ୍ଜ ବିହାରୀ କର୍ଣ୍ଣାଲ,ପାଷ୍ଟର ଟୁନି କର୍ଣ୍ଣାଲ, କିଶୋର କର୍ଣ୍ଣାଲ, ମହିନୀ କର୍ଣ୍ଣାଲ, ଯୁବରାଜ ନନ୍ଦ, ହେମାକାନ୍ତ ମୁଣ୍ଡା, ସୁବୋଧ ବାଗ ରହି ଥିବା ବେଳେ ସମାଜ ସେବୀ ଗୁରୁପ୍ରୀତ ସିଂ, ଭବାନୀ ସାହୁ, ପବିତ୍ର ଦେହେରି ଉପସ୍ଥିତ ରହି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Leave a comment

Your email address will not be published. Required fields are marked *