#Breaking News #Uncategorized

ପୁଣି ଅବକାରୀ ବିଭାଗ ସ୍କ୍ୱାଡ଼ ର ଚଢ଼ାଉ, 108 କେଜି ଗଞ୍ଜେଇ ଜବତ, ୩ ଗିରଫ


ଫୁଲବାଣୀ – (ସୁନୀଲ ପଟ୍ଟନାୟକ)
ପୁଣି ଅବକାରୀ ବିଭାଗର ଏକ ସ୍କ୍ୱାଡ଼ ଚଢ଼ାଉ କରି 108 କେଜି ଗଂଜେଇ ଚୋରା ଚାଲଣ ବେଳେ ଜବତ କରିଛି l ଗଞ୍ଜେଇ ଚୋରା ଚାଲଣ ହେଉଥିବା
ବିଶେଷ ସୂତ୍ରରୁ ଖବର ପାଇ ଭୋର 5ଟା ବେଳେ ଫୁଲବାଣୀ ସହର ଗୂଦାରୀ ନିକଟ ସାଧନ ଛକ ଠାରେ ଅବକାରୀ ବିଭା ଗ ଟିମ୍ ଛକି ରହିଥିଲେ l
ଫିରିଙ୍ଗିଆ ଠାରୁ ଗୋଟି ଏ ବୋଲେରୋ ପିକଅପ୍ ବନ୍ଧା କୋବି ବୋଝେଇ ଗାଡିରେ ଚତୁରତାର ସହ ଏସବୁ ଗଞ୍ଜେଇ ଭୁବେନଶ୍ବର ଚାଲା ଣ ହେଉଥିବା ବେଳେ ସାଧନ ଛକ ଠାରେ ଛକି ରହିଥିବା ଅବକାରୀ ବିଭାଗ ସ୍କ୍ୱାଡ଼ ଦ୍ରୁତ ଗତିରେ ଆସୁଥିବା ଉକ୍ତ ପିକଅପ କୁ ଅଟକାଇ ଯାଞ୍ଚ କରି ଥିଲେ l ଏଥିରୁ 108 କିଲୋ ଗଞ୍ଜେଇକୁ ଜବତ କରିବା ସହ ୩ ଜଣ ଗଞ୍ଜେଇ ଚୋରା ଚାଲାଣ କାରି ଅଭିଯୁକ୍ତ କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛିଅବକାରୀ ବିଭା ଗ |
ଅବକାରୀ ବିଭାଗ ସୁପେରିଟେଣ୍ଡେଣ୍ଟ ଙ୍କ ନିର୍ଦେଶ ରେ ଜ଼ିଲ୍ଲା ର ବିଭିନ୍ନ ସ୍ଥାନରେ ଚଢା ଉ କରି ଅବକାରୀ ବିଭାଗ ଟିମ ଚୋରା ଗଂଜେଇଚାଲାଣ ରୋକିବା ସହ ଗଂଜେଇ ମାଫିଆ ମାନଂକୁ ସା ବାଡ କରିବାରେ ଅନେକଂl ଶ ରେ ସଫଳ ହୋଇଥିବା ଜଣାପଡିଛି l

Leave a comment

Your email address will not be published. Required fields are marked *