#Breaking News

କ୍ୟାଟର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଙ୍କ ସହ ସାକ୍ଷାତ ଆଲୋଚନା


ବରଗଡ଼: ଚ୍ୟାମ୍ବର ଅଫ କମର୍ସ ବରଗଡ ପକ୍ଷରୁ ଆଜି କ୍ୟାଟର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବ୍ରିଜ ମୋହନ ଅଗ୍ରୱାଲ ଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଚ୍ୟାମ୍ବର୍ସ କାର୍ଯ୍ୟାଳୟ ଠାରେ ଶ୍ରୀ ଅଗ୍ରୱାଲଙ୍କ ସହ କେନ୍ଦ୍ର ସରକାର ଙ୍କ ବିଭିନ୍ନ ବ୍ୟବସାୟିକ ନୀତି ଉପରେ ଆଲୋଚନା କରିଥିଲେ। ସେଥିମଧ୍ୟରୁ ଇ- ମାର୍କେଟ, ଏମ୍ ଏସ ଏମ ଇ, ଜେମ ପୋର୍ଟାଲ ର ଉପଯୋଗୀତା ଏବଂ ଉପଭୋକ୍ତା ଙ୍କୁ ଲାଭ ସମ୍ପର୍କରେ ଆଲୋଚନା ହୋଇଥିଲା। ସରକାର ନୀତି ର କିପରି ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରିବାକୁ ସେ ପରାମର୍ଶ ଦେଇଥିଲେ। ଚ୍ୟାମ୍ବର୍ସ ଅଫ କମର୍ସ ର ସଭାପତି ଦିଲ୍ଲିପ ସାଉଡିଆ, ସମ୍ପାଦକ ସୁଶାନ୍ତ ତ୍ରିପାଠୀ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ

Leave a comment

Your email address will not be published. Required fields are marked *