#Breaking News #Uncategorized

ଚୋରା ଚାଲାଣ ରଖିବାକୁ ଚେକ ଗେଟ ଉଦ୍ଘାଟନ

.
ଫୁଲବାଣୀ -(ସୁନୀଲ ପଟନାୟକ ):-କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ର ଅଭୟା ରଣ୍ୟଅଂଚଳ ରୁ ବେଆଇନ ବନ୍ୟ ଜାତ ଦ୍ରବ୍ୟ ଚୋରା ଚାଲାଣ ରୋକି ବାକୁ ଚେକ ଗେଟ ଉଦ ଘଟନ
ଫୁଲବାଣୀ -(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲାର କୋଟଗଡ ବଜାର ରୁ ମାତ୍ର ଦେଢ କିଲୋମିଟର ଦୂର ସଗଡିଆ ସାହି ରେ ବନ ବିଭାଗ ତରଫରୁ ଏକ ତନଖି ଫାଟକ ଉଦଘାଟିତ ହୋଇଛି l ଏହି ଅବସର ରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷଣ ଅଧିକାରୀ ବ୍ରହ୍ମପୁର,ପ୍ରଶାନ୍ତ ମିଶ୍ର, ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ବନ ଖଣ୍ଡ ଅଧିକାରୀ ବାଲିଗୁଡା ବିଶ୍ୱନାଥନ ନୀଳାମ୍ବରମ, ସୌ ମ୍ୟରଞ୍ଜନ ସାହୁ ସହକାରୀ ବନ ସଂରକ୍ଷଣକ ବାଲିଗୁଡା, ସୂର୍ଯ୍ୟକାନ୍ତ ବେହେରା ବନା ଅଂଚଳ ଅଧିକାରୀ କୋଟଗଡ, ପ୍ରସନ୍ନ କୁମାର ପାତ୍ର ବନପାଳ ଲାସେରୀ,ସୁଶାନ୍ତ କୁମାର ବୈଶାଖୀ ବନପାଳ କୋଟଗଡ, ବନରକ୍ଷୀ , ବିନୋଦ ସାହୁ, ବିଶ୍ୱଜିତମିଶ୍ର ଓ ସୋଭାଗ୍ୟ ସାମଲ ପ୍ରମୁଖ ଉପସ୍ଥିତଥିଲେ l କୋଟଗଡ ଓ ଦୁର୍ଗାପାଙ୍ଗl ଅଂଚଳ ର ବନକର୍ମ ଚାରି ଙ୍କୁ ନିଷ୍ଠାଓ ଆନ୍ତରିକତା ର ସହ କାର୍ଯ୍ୟ କରିବା ସହ ବୃକ୍ଷ ରୋପଣ ଓ ବନ ସୁରକ୍ଷା ଉପ ରେ ଗୁରୁତ୍ବ ଦେ ବାଲାଗି ପରାମର୍ଶ ଦେଇଥିଲେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷଣ ଅଧିକାରୀ ଶ୍ରୀ ମିଶ୍ର l
ଏଥି ସହିତ ଫାଟକ ଜଗୁଆଳ ରହିବା ପାଇଁ ନୂତନ ଘର ମଧ୍ୟ୍ୟ ଉଦଘାଟନ କରିଥିଲେ ମୁଖ୍ୟ ଅତିଥୀ ମିଶ୍ର l

Leave a comment

Your email address will not be published. Required fields are marked *