#Breaking News #District

କେନ୍ଦ୍ର ମନ୍ତ୍ରୀ ଙ୍କଦ୍ଵାରା ଏକଲବ୍ୟ ବିଦ୍ୟାଳୟ ର ଭିତ୍ତି ପ୍ରସ୍ତର


ଫୁଲବାଣୀ( ଉଲ୍ଲାପ୍ର )ଫୁଲବାଣୀ ବ୍ଲକ ଅନ୍ତର୍ଗତ ଆଲାମି ପଞ୍ଚାୟତ ର ମାର୍ଦେଜୁ ଗ୍ରାମ ଠାରେ ଏକ ନୂତନ ଏକଲବ୍ୟ ଆବାସିକ ବିଦ୍ୟାଳୟ ନିମନ୍ତେ ରବିବାର କେନ୍ଦ୍ର ଆଦିବାସି କଲ୍ୟାଣ ମନ୍ତ୍ରୀ ବିଶେଶ୍ୱର ଟୁଡୁ ମୂଖ୍ୟ ଅତିଥି ଭା ବେ ଯୋଗ ଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତୀ l
ବିଶେଷ କରି ଆଦିବାସୀ ଛାତ୍ର ଛାତ୍ରୀ ଏଠାରେ ମାଗଣା ରେ ରହିବା ଖାଇବା, ସହ ପାଠ ପଢି ବାର ସୁବିଧା ରହିଥିବା କେନ୍ଦ୍ର ମନ୍ତ୍ରୀ ଟୁଡୁ କହିଚନ୍ତିlସେହିପରି ସି ଵିଏସଇ ପେଟର୍ନ ରେ ଷଷ୍ଠ ଶ୍ରେଣୀ ରୁ ଯୁକ୍ତ ଦୁଇ ଯାଏ ପାଠ ପଢ଼ାଯିବ l କନ୍ଧ ମାଳ ଜିଲ୍ଲାରେ ବର୍ତ୍ତମାନ ଦୁଇଟି ବ୍ଲକ୍ ରେ ଏକଲବ୍ୟ ଆବାସିକ ବିଦ୍ୟାଳୟ ଖୋଲାଯାଇଥିବା ବେଳେ ଆଗକୁ ସବୁ ବ୍ଲକ୍ ରେ ଏକଲବ୍ୟ ସ୍କୁଲ ଖୋଲାଯିବ ବୋଲି କେନ୍ଦ୍ର ମନ୍ତ୍ରୀ
ଟୁଡୁ ଆହୁରି କହିଥିଲେ l
କେନ୍ଦ୍ର ମନ୍ତ୍ରୀ ଟୁଡୁ ଙ୍କୁ ଗ୍ରାମବାସୀ ନାଚ ଗୀତସହ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ l
ଏହି ଅବସରର ଟ୍ରାଇଫେ ଡ ଉପାଧ୍ୟକ୍ଷ ପବିତ୍ର କହଁର, ପିଏ, ଆଇଟିଡିଏ ଫୁଲବାଣୀ, ନରେଶ ଶବର,ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ବିଜେପି ନେତା ରମେଶ ମହାନ୍ତି, ଭଗବାନ ମହାନ୍ତି, ପୌରା ଧକ୍ଷା ସ୍ମିତା ରାଣୀ ମହାନ୍ତି, ଓ ଅନ୍ୟମାନେ ଯୋଗ ଦେଇଥିଲେ l

Leave a comment

Your email address will not be published. Required fields are marked *