#Breaking News

ପଦ୍ମପୁର ଉପଖଣ୍ଡ କୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଓ ହେକ୍ଟର ପିଛା ୫୦ ହଜାର କ୍ଷତିପୂରଣ ଦାବୀ: ଆମ୍ ଆଦମୀ ପାର୍ଟି


ବରଗଡ଼: (ଉଲାପ୍ର)
ବରଗଡ଼ ଜିଲ୍ଳା ପଦ୍ମପୁର ଉପଖଣ୍ଡ ରେ ବର୍ଷା ଅଭାବରୁ ଭୟଙ୍କର ମରୁଡ଼ି ପରିସ୍ଥିତି ଦେଖାଦେଇଥିବା ବେଳେ ଚାଷୀ ସରକାରୀ ସହାୟତା ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବର୍ତ୍ତମାନ ସ୍ଥିତି ରେ ପଦ୍ମପୁର ଉପଖଣ୍ଡକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା କରିବା ସହ କ୍ଷତି ପୂରଣ ବାବଦରେ ହେକ୍ଟର ପିଛା ଦିଲ୍ଲୀ ଭଳି ୫୦ହଜାର ଟଙ୍କା ଦେବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି । ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର ଓ ରାଜ୍ୟ ଯୁବ ସମ୍ପାଦକ ପୌଲସ୍ତ୍ୟ ସାହା ଦୁଇ ଦିନିଆ ପଦ୍ମପୁର ଗସ୍ତରେ ଯାଇ ବିଭିନ୍ନ ବ୍ଲକ ର ଚାଷ ଜମି ବୁଲିବା ସହ ଗ୍ରାଉଣ୍ଡ ଜିରୋ ରୁ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ । ସେହିପରି ସମ୍ପୂର୍ଣ୍ଣ ଭାବେ ନିଷ୍କ୍ରିୟ ହୋଇ ପଡ଼ିଥିବା କ୍ଷୁଦ୍ର ଓ ମଧ୍ୟମ ଜଳସେଚନ ବିଭାଗ ଏହି ମରୁଡ଼ି ସମୟରେ କୌଣସି କାର୍ଯ୍ୟ କରୁନଥିବା ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି । ମଧ୍ୟମ ଜଳ ସେଚନ ପ୍ରକଳ୍ପ ରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଥିବାରୁ ପଦ୍ମପୁର ଉପଖଣ୍ଡରେ ଆଜି ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

Leave a comment

Your email address will not be published. Required fields are marked *