#Breaking News

ବରଗଡ଼ରେ ଗର୍ଜିଲେ ଚାଷୀ


ବରଗଡ଼ ୧୧/୧୦
ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। କିନ୍ତୁ ଏହି ଜିଲାର ଚାଷୀମାନେ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇଛନ୍ତି। ଏହାସତ୍ତ୍ବେ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଚାଷୀଙ୍କ ହିତ ପାଇଁ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ନେଇ ସୋମବାର ଜିଲା ଚାଷୀ ସଂଗଠନ ସମନ୍ବୟ ସମିତି ୧୨ ଦଫା ଦାବିରେ ବିକ୍ଷୋଭ କରିଛନ୍ତି। ଏକ ଶୋଭାଯାତ୍ରା ଯାଇ ଜିଲାପାଳ ଅଫିସ ଆଗରେ ଧାରଣାରେ ବସିଥିଲେ। ଜିଲାକୁ ମରୁଡି ଘୋଷଣା, କୃଷିଋଣ ଛାଡ, ବିଦ୍ୟୁତ ଦେୟ ଛାଡ, ସମ୍ପୂର୍ଣ୍ଣ ଧାନ ସଂଗ୍ରହ, ସ୍ବାମୀନାଥନ କମିଶନ ଲାଗୁ, ଫସଲବୀମା ପ୍ରଦାନ, ଇନପୁଟ ସବସିଡି ଆଦି ୧୨ଦଫା ଦାବିରେ ଜିଲା ଚାଷୀ ସଂଗଠନ ସମନ୍ବୟ ସମିତି ଏହି ଆନ୍ଦୋଳନକୁ ଓହ୍ଲାଇଛି।

Leave a comment

Your email address will not be published. Required fields are marked *