#Uncategorized

କନ୍ଧମାଳ ଜିଲ୍ଲାରରାଇକିଆ ବେଲକଟି ଗାଁ ରେ ଅଭାବନୀୟ ଘଟଣା ସ୍କୁଲ ଗେଟ ଭୁଷୁଡି ଛାତ୍ରୀ ମୃତ, ଅନ୍ୟ ୨ଜଣ ଗୁରୁତର,


ଫୁଲ ବାଣୀ-( ସୁନୀଲ ପଟନାୟକ)

ବୁଧବାର କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅଧିନ ପେଟା ପାଙ୍ଗା ପଞ୍ଚାୟତ ଅଞ୍ଚଳ ରେ ଅଭାବନୀୟ ଘଟଣା ଘଟିଛି. । ପେଟ । ପାଙ୍ଗା ପଞ୍ଚାୟତର ବେଲକଟି ସ୍କୁଲ ଗେଟ ପାଖରେ ଖେଳୁଥିବା ବେଳେ ସ୍କୁଲ ଗେଟ ପିଲର ଭୁଷୁଡ଼ି ପଡ଼ିବା ଫଳରେ ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଥିଲେ।
ମୃତକ ଜଣକ ହେଲେ ୨ୟ ଶ୍ରେଣୀ ଛାତ୍ରୀ ରିଶିକା ପ୍ରଧାନ ବୋଲି ଜଣାପଡିଛି। ଆହତ ୨ଜଣଙ୍କୁ ପ୍ରଥମେ ଜି ଉଦୟଗିରୀ ଡାକ୍ତରଖାନା ରେ ଭର୍ତ୍ତୀ କରାଯାଇଥିଲା। ତେବେ ଶୁଭଶ୍ରୀ ସଂଧ୍ୟାରାଣୀ ଙ୍କ ଅବସ୍ଥା ଗୁରୁତର ଥିବାରୁ ଶୁଭଶ୍ରୀ କୁ ଚିକିତ୍ସା ପାଇଁ ଫୁଲବାଣୀ ମେଡିକାଲକୁ ସ୍ଥାନ । ନ୍ତର କରାଯାଇଛି । ଶୁଭଶ୍ରୀ ସଂଧ୍ୟାରାଣି ୩ୟ ଶ୍ରେଣୀର ଛାତ୍ରୀ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟଯେ ଆଜି ବେଲକଟି ସ୍କୁଲରେ ଅଙ୍ଗନବାଡି ଦିଦି ମଶାରୀ ବଣ୍ଟନ କରୁଥିଲେ। ଫଳରେ ଗ୍ରାମର ସମସ୍ତେ ମଶାରୀ ନେବା ପାଇଁ ସ୍କୁଲକୁ ଆସିଥିଲେ, ଆଉ ପିଲାମାନେ ଗେଟ ନିକଟରେ ଖେଳୁଥିଲେ ଆଉ ସେତିକିବେଳେ ଗେଟ ଟି ହଠାତ ଭୁଷୁଡି ପଡିଥିଲା ।
ଖବର ପାଇ ପେଟା ପାଙ୍ଗାସରପଞ୍ଚ ପ୍ରଭାକର ପ୍ରଧାନ , ଅତିରିକ୍ତତହସିଲଦାର, ସିଆରସିସି,ଯନ୍ତ୍ରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି କେଉଁ ପରିସ୍ଥିତିରେ ସ୍କୁଲଗେଟ ଭୁଷୁଡିଲା ତାର ତଦନ୍ତ୍ର କରିଛନ୍ତି ।
ସେହିପରି ଜି ଉ .ଦୟଗିରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।
ଏହି ଆକାଳ ମୃତ୍ୟୁ ଘଟଣାକୁ ନେଇ ବେଲକଟିଗ୍ରାମରେ ଶୋକର ଛାୟା ଖେଳିଯାଇଛି ।
ମୃତକ ଙ୍କ ପରୀବାରକୁ ଆବଶ୍ୟକ କ୍ଷତିପୂରଣ ଯୋଗାଇଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି। ।

Leave a comment

Your email address will not be published. Required fields are marked *