#Breaking News

ଓରନ୍ଦା ପଞ୍ଚାୟତରେ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କ ଭୋଟ ପ୍ରଚାର


ଆଠଗଡ଼ (ଉଲାପ୍ର) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଆଠଗଡ଼ ବ୍ଲକରେ ବିଭିନ୍ନ ପ୍ରାର୍ଥୀଙ୍କ ପକ୍ଷରୁ ନିର୍ବାଚନୀ ପ୍ରଚାର କାର୍ଯ୍ୟ ଜୋର ଧରିବାରେ ଲାଗିଲାଣି । ଆଜି ପୂର୍ବାହ୍ନରେ ଜୋନ୍- ୨ର କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥିନୀ ରଞ୍ଜିତା ହେସା ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ନିର୍ବାଚନୀ ପ୍ରଚାରରେ ଓରନ୍ଦା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ନିଜ ସପକ୍ଷରେ ସମର୍ଥନ ଓ ଭୋଟ ଭିକ୍ଷା କରିଥିଲେ । ଏହି ନିର୍ବାଚନୀ ପ୍ରଚାରରେ ପ୍ରତ୍ୟେକ ମତଦାତା ମାନଙ୍କ

ଘରକୁ ଘର ବୁଲି ସେମାନଙ୍କୁ ଜିଲ୍ଲା ପରିଷଦ ନିର୍ବାଚନ ଓ ତାଙ୍କ ପ୍ରାର୍ଥୀତ୍ବ ସମ୍ପର୍କରେ ବୁଝାଇ ସମର୍ଥନ ଓ ଭୋଟଭିକ୍ଷା କରିଥିଲେ । ଆଜିର ଏହି ନିର୍ବାଚନୀ ପ୍ରଚାରରେ ଶ୍ରୀମତୀ ହେସା ଓରନ୍ଦା ପଞ୍ଚାୟତର ଓରନ୍ଦା, କପୁରସିଂ, ବାଳି ଓ ସୀତରାମପୁର ଗ୍ରାମକୁ ଯାଇ ମତଦାତାଙ୍କୁ ଭେଟିଥିଲେ । ଏହି ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ମିନିଷ୍ଟର ପ୍ରଧାନ, ଆଦିବାସୀ ‘ହୋ’ ସମାଜର ରାଜ୍ୟ ସଭାପତି ହରିଶ୍ ଚନ୍ଦ୍ର ହାଇବ୍ରୁ, ମହିଳା କଂଗ୍ରେସ ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ, ଯୁବ କଂଗ୍ରେସ ସଭାପତି ରାହୁଳ କୁମାର ସାହୁ, ସମେତ ବହୁ କର୍ମୀ ଓ ସମର୍ଥକ ମାନେ ପ୍ରାର୍ଥିନୀ ଶ୍ରୀମତୀ ହେସାଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ ।

Leave a comment

Your email address will not be published. Required fields are marked *