#Exclusive

ସହକର୍ମୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ୧୪ଦିନିଆ କ୍ଵାରେଣ୍ଟଇନରେ ଚାଲିଗଲେ କୋଭିଡ ୱାର୍ଡ ଦାୟିତ୍ୱରେ ଥିବା ଡାକ୍ତର, ଏତଲା ରୁଜୁ କରି ହାତ ବାନ୍ଧି ବସିଛି ପୁଲିସ

ରାଞ୍ଚି: ସାରା ଦେଶ ଏବେ କରୋନା ଭଳି ମହାମାରୀ ସହ ଲଢ଼ୁଛି | ଆଗ ଧାଡିରେ ରହି କରୋନା ଭୁତାଣୁ ସହ ଲଢ଼ୁଛନ୍ତି ଦେଶର ଅନେକ ସ୍ୱାସ୍ଥ୍ୟକର୍ମୀ | ହେଲେ ରାଞ୍ଚିରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଦାୟିତ୍ୱରେ ଥିବା ଜଣେ ଡାକ୍ତର କରିଥିବା କାମ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ରିମସ)ର କୋଭିଡ ୱାର୍ଡରେ କାମ କରୁଥିବା ଜଣେ କନିଷ୍ଠ ରେସିଡେଣ୍ଟ ଡାକ୍ତରଙ୍କୁ ଜଣେ ବରିଷ୍ଠ ରେସିଡେଣ୍ଟ ଡାକ୍ତର ଦୁଷ୍କର୍ମ ଉଦ୍ୟମ କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳର ଚାଞ୍ଚଲ୍ୟ ଖେଳାଇ ଦେଇଛି | ବୁଧବାର ଏହି ଘଟଣା ଘଟିଥିବା ବେଲେ ଗୁରୁବାର ଏ ନେଇ ଅଭିଯୋଗ କରିଥିଲେ ପୀଡିତା |ପୀଡିତାଙ୍କ ଅଭିଯୋଗ ମୁତାବକ, ବୁଧବାର ଆମେ ଦୁହେଁ କୋଭିଡ ୱାର୍ଡ ଦାୟିତ୍ୱରେ ଥିଲୁ | କାମ କରିବା ପରେ ମୁଁ ମୋ ରୁମକୁ ଚାଲି ଆସିଥିଲି | କିଛି ସମୟ ପରେ ଡାକ୍ତର ମୋ ରୁମକୁ ଆସି ହଠାତ ରୁମର ଲାଇଟ ବନ୍ଦ କରିଦେବା ସହ ମୋତେ ଅଶାଳୀନ ଭାବରେ ସ୍ପର୍ଶ କରିବା ଆରମ୍ଭ କରିଥିଲେ | ଏହା ପରେ ମୁଁ ବିରୋଧ କରିବାରୁ ସେ ଦୁଷ୍କର୍ମ ଉଦ୍ୟମ କରିଥିଲେ ମଧ୍ୟ ମୁଁ କୌଣସି ମତେ ବାହାରକୁ ଆସି ଯାଇଥିଲି |ତେବେ ପୀଡ଼ିତାଙ୍କ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ପାରି ନାହିଁ | ଗୁରୁବାର ସକାଳୁ ଅଭିଯୁକ୍ତ ଡାକ୍ତର ୧୪ଦିନ ପାଇଁ କ୍ୟାରେଣ୍ଟଇନ ପାଇଁ ଚାଲି ଯାଇଥିବାରୁ ପୁଲିସ ଅଭିଯୁକ୍ତକୁ ଗିରଫ କରି ନାହିଁ | ସଂକ୍ରମଣର ଭୟ ଥିବାରୁ ୧୪ଦିନ ପରେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପୁଲିସ |

Leave a comment

Your email address will not be published. Required fields are marked *