#Breaking News

କଂଗ୍ରେସ ୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କ ନିର୍ବାଚନୀ ପ୍ରଚାର


ଆଠଗଡ଼(ଉଲାପ୍ର)ଚଳିତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଉ ଦିନ କେଇଟା ଥିବା ବେଳେ ଏବେ କଂଗ୍ରେସ ଦଳର ସମସ୍ତ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ଘରକୁ ଘର ବୁଲି ମତଦାତା ମାନଙ୍କୁ ନିର୍ବାଚନ ସମ୍ପର୍କରେ ସଚେତନ କରିବା ସହ ନିଜ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି । ଆଜି ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୦୧ ନମ୍ବର ଜୋନର କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥିନୀ ମନମୋହିନୀ ଧଳ ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ଜେନାପଦା ପଞ୍ଚାୟତରେ ପହଞ୍ଚି ନିଜ ସପକ୍ଷରେ ଭୋଟ ପ୍ରଚାର କରିଛନ୍ତି । ପଞ୍ଚାୟତର ଜେନାପଦା ଦେଶ ଓ ଜେନାପଦା ଦଳ ଗ୍ରାମର ସମସ୍ତ ମତଦାତାଙ୍କୁ ସେମାନଙ୍କ ଘରେ ଭେଟି ଚଳିତ ନିର୍ବାଚନ ସମ୍ପର୍କରେ ସଚେତନ କରିବା ସହ ନିଜ ସପକ୍ଷରେ ହାତ ଚିହ୍ନରେ ଭୋଟ ଦେଇ ତାଙ୍କୁ ବିଜୟୀ କରିବା ପାଇଁ ଅନୁରୋଧ କରିଛନ୍ତି । ଏହି ପ୍ରଚାର କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର କଂଗ୍ରେସ ନେତୃବୃନ୍ଦଙ୍କ ସମେତ ବହୁ ସଂଖ୍ୟକ ସମର୍ଥକ ମାନେ ଯୋଗ ଦେଇଥିଲେ । ବରିଷ୍ଠ କର୍ମୀ ଫକୀର ସାମଲ, ଜ୍ଞାନ ରଞ୍ଜନ ପଟ୍ଟନାୟକ, ଗଦାଧର ରାଉତ, ମାନସ ରଞ୍ଜନ ପ୍ରଧାନ, ପ୍ରେମାନନ୍ଦ ରାଉତ, ପ୍ରକାଶ ଚନ୍ଦ୍ର ପୁହାଣ ଓ ସୁରେଶ ପରିଡା ପ୍ରମୁଖ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଶ୍ରୀମତୀ ଧଳଙ୍କୁ ହାତ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ନିର୍ବାଚିତ କରିବାକୁ ଅନୁରୋଧ କରିଥିଲେ ।

Leave a comment

Your email address will not be published. Required fields are marked *