#Breaking News #District

କନ୍ଧମାଳ ରେ ଫାଇପ ଟି ସଚିବ, ଆଜି ଦ୍ୱିତୀୟ ଦିନ


ଫୁଲବାଣୀ ( ଉଲ୍ଲାପ୍ର )
ଆଜି ସକାଳୁ ଫାଇବ ଟି ସଚିବ ଭି କେ ପାଣ୍ଡିଆନ କାର ଯୋଗେ ନୂତନ ଭାବେ ତିଆରି ଚାଲିଥିବା ୫ଶ ହ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଯାଇ ସେଠାରେ ଚାଲିଥିବା ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ lନିର୍ଧାରିତ ସମୟ ସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ସାରିବା ଲାଗି ନିର୍ଦେଶ ଦେଇଥିଲେ l
ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ମଧ୍ୟ ଉପସ୍ଥିତ ଥିଲେ l
ଏହାପରେ ଫାଇବ ଟି ସଚିବ ପାଣ୍ଡିଆନ ଫିରିଙ୍ଗିଆ ଗସ୍ତରେ ଯାଇ ଓଡିଶା ଆଦର୍ଶ ବିଦ୍ୟାଳୟ, ମିଶନଶକ୍ତି କାଫେ, ଫାଇପ ଟି ଅନ୍ତର୍ଭୁକ୍ତ ରତଙ୍ଗ ହାଇସ୍କୁଲ, ରତଙ୍ଗ ବନ୍ଧ, କସମ ଦ୍ଵାରା ପରିଚାଳିତ ହଳଦୀ ପକ୍ରିୟା କରଣ କାର୍ଯ୍ୟ ବୁଲିଦେଖିବା ସହ ଲୋକଙ୍କ ସହ ଆଲୋଚନା ମଧ୍ୟ କରିଥିଲେ l

ପାଣ୍ଡିଆନ ଙ୍କ ଗସ୍ତ ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନ ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମାନ ଗ୍ରହଣ କରାଯାଇଥିଲା
ଏହାପରେ ଫାଇବ ଟି ସଚିବ ଭି କେପାଣ୍ଡିଆନ ,କ. ନୂଆଗାଁ ବାଲିଗୁଡା, ଦାରିଂବାଡ଼ି, ଜି ଉଦୟଗିରି ଗସ୍ତ କରିବେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲାପାଳ ଆଶିଷ ଈଶ୍ୱର ପାଟିଲ, ଙ୍କ ସମେତ ସ୍ଥାନୀୟ ବିଧାୟକ , ଓ ସମସ୍ତ ଜିଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l

Leave a comment

Your email address will not be published. Required fields are marked *