#Entertainment #Headlines #Lifestyle #Slider #State #Tourism & Cultire #Tradition & Religion

ଗେଙ୍ଗୁଟିଆ ଉ.ପ୍ରା ବିଦ୍ୟାଳୟର ବାର୍ଷିକୋତ୍ସବ

ଢେଙ୍କାନାଳ( ଉଲ୍ଲାପ୍ର )ଢେଙ୍କାନାଳ ସ‌ହର ଉପକଣ୍ଠରେ ଅବସ୍ଥିତ ଗେଙ୍ଗୁଟିଆ ସରକାରୀ ଉ.ପ୍ରା. ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମହାଆଡମ୍ବର ସହକାରେ ପାଳନ ହୋଇଯାଇଅଛି । ଉକ୍ତ ଉତ୍ସବକୁ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ସରପଂଚ କୈଳାସ ଚନ୍ଦ୍ର ଦେହୁରୀ, ସମ୍ମାନିତ ଅତିଥି ଭାବେ ସମିତିସଭ୍ୟା ଚିନା ସେଠୀ, ପରିଚାଳନା ସମିତିର ସଭାପତି ପ୍ରଗତି ସାହୁ ଓ ମୋ ସ୍କୁଲ୍ ଅଭିଯାନର ସଭାପତି ପ୍ରଦୀପ କୁମାର ମଲ୍ଲିକ ଉପସ୍ଥିତ ଥିଲେ । ମୁଖ୍ୟ ବକ୍ତା ରୂପେ ମୋ ସ୍କୁଲ୍‌ର ଅଧ୍ଯକ୍ଷ ପ୍ରଦୀପ କୁମାର ମଲ୍ଲିକ ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଭବିଷ୍ୟତରେ କିପରି ସୁ-ନାଗରିକ ହୋଇପାରିବେ ସେ ବିଷୟରେ ଦିଗ୍‌ଦର୍ଶନ ଦେବା ସହ ବିଦ୍ୟାଳୟ ଏକ ମଣିଷ ତିଆରି କାରଖାନା ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯନ୍ତ୍ରୀ ଅଟନ୍ତି ବୋଲି ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଜୟଶ୍ରୀ ପ୍ରିୟଦର୍ଶିନୀ ଶତପଥୀ ବାର୍ଷିକ ବିବରଣୀ ପଠନ କରିବା ସହିତ ବିଦ୍ୟାଳୟ ହେଉଛି ଦେବାଳୟ ସଦୃଶ, ଯେଭଳି ଦେବାଳୟକୁ ହୃଦୟର ସହିତ ଦାନ କରୁଛେ ସେହିଭଳି ଯଦି ବିଦ୍ୟାଳୟକୁ ଭଲପାଇ କିଛି ଦାନ କରାଯିବ ତାହାଲେ ଏ ବିଦ୍ୟାଳୟର ଉନ୍ନତି ହେବା ସହିତ କୁନି କୁନି ପିଲାମାନଙ୍କର ଉନ୍ନତି ହେବ ବୋଲି କହିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ଅଞ୍ଜଳି ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ତତ୍ବାବଧାନରେ କାର୍ଯ୍ୟକ୍ରମ ସଠିକ୍ ମାର୍ଗରେ ହୋଇଥିଲା । ଶିକ୍ଷୟିତ୍ରୀ ଅନିମା ସାହୁ, କ୍ରୀଡା ଓ ନୃତ୍ୟ ଶିକ୍ଷୟିତ୍ରୀ ରେବତୀ ସାହୁ ଓ ଶିକ୍ଷକ ଅରୁଣ ସାହୁଙ୍କ ପୂର୍ଣ ସହଯୋଗରେ ଉତ୍ସବ ଅତି ସରସ ସୁନ୍ଦର ଓ ମଧୁମୟ ହୋଇଥିଲା । ଅତିଥୁମାନଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ପରିଶେଷରେ ଶିକ୍ଷୟିତ୍ରୀ ରେବତୀ ଦିଦିଙ୍କ ମାର୍ଗ ଦର୍ଶନରେ ସାଂସ୍କୃତିକ କାର୍ଯ୍ୟକ୍ରମ ବିଦ୍ୟାର୍ଥୀମାନଙ୍କ ଦ୍ବାରା ପରିବେଶଣ କରାଯାଇଥିଲା । ସମସ୍ତଙ୍କ ସହଯୋଗ ଓ ସଦ୍ଦିଛା ଦ୍ବାରା ସଭାଟି ଉତ୍ସବ ମୁଖର ସହ ଅତି ସରସ ସୁନ୍ଦର ହୋଇଥିଲା । କ୍ଲଷ୍ଟରର ବରିଷ୍ଠ ଶିକ୍ଷକ ଚିତରଞ୍ଜନ ମହାନ୍ତି ଉପସ୍ଥିତ ରହି ଅଭିଭାବକ ଓ ସମସ୍ତଙ୍କର ଆନ୍ତରିକ ସହଯୋଗରେ ବିଦ୍ୟାଳୟ ସରସ ସୁନ୍ଦର ହୋଇପାରିବ ବୋଲି କହିଥିଲେ ଏବଂ ସୁଶୀଲ କୁମାର ପଟ୍ଟନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ମଧୁମୟ କରିଛନ୍ତି । ଗୁରୁଜନମାନଙ୍କ ଆଶୀବାଦ ଓ ସଦ୍ଦିଚ୍ଛା ଯୋଗୁଁ ସମସ୍ତେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ଆକର୍ଷଣୀୟ ହୋଇଅଛି । ପରିଶେଷରେ ଶିକ୍ଷୟିତ୍ରୀ ଅନୀମା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a comment

Your email address will not be published. Required fields are marked *