#Breaking News

କନ୍ଧମାଳ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳର ଦୌଡ ଆରମ୍ଭ,


କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ ରହିଛି ୨୫୧୫ ଟି ଗ୍ରାମ ଓ ୧୭୧ ଟି ପଞ୍ଚାୟତ ସହିତ ୧୨ ଟି ବ୍ଳକ ଏହି ବ୍ଳକ ମାନଙ୍କୁ ୧୮ ଟି ଜିଲା ପରିଷଦ ଜୋନ୍ ରେ ବିଭକ୍ତ କରାଯାଇଛି । ପଞ୍ଚାୟତ ନିର୍ବାଚନ ପାଇଁ ଭୋଟରଙ୍କ ସଂଖ୍ୟା ୪ ଲକ୍ଷ ୮୮ ହଜାର ୮୭୭ । ଏହା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବାରୁ ଏହାର ଜିଲା ପରିଷଦ ଅଧ୍ୟକ୍ଷ ଓ ସମସ୍ତ ବ୍ଳକ ଅଧ୍ୟକ୍ଷ ଓ ସରପଞ୍ଚ ପଦବୀ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷିତ ରହିଛି । ୧୯୯୭ ମସିହାର ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବା ପରଠାରୁ୫ ଥର ଜିଲା ପରିଷଦ ର ନିର୍ବାଚନ ହୋଇଛି । ସେଥି ମଧ୍ୟରୁ ୩ ଥର କଂଗ୍ରେସ ଓ ୨ ଥର ବିଜେଡି ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ହାସଲ କରିଛି । ୧୯୯୭ ରୁ ସ୍ୱର୍ଣ୍ଣମଣୀ ପ୍ରଧାନ ,ଦେବେନ୍ଦ୍ର ପ୍ରଧାନ (କଂଗ୍ରେସ) ଦଳର ହୋଇଥିବା ବେଳେ୨୦୦୭-୧୨ ମସିହା ବିଜେଡିର ଶକୁନ୍ତଳା ମଲିକ ରହିଥିଲେ । ୨୦୧୨ ରେ ପୁଣି ଏହା କଂଗ୍ରେସ ହାତକୁ ଚାଲିଯାଇଥିଲା । ୨୦୧୭ ରେ ତାହା ବିଜେଡି ଦଳ ହାସଲ କରିଥିଲା । ଆଗାମୀ ନିର୍ବାଚନରେ ମଧ୍ୟ ଏହା ଆଦିବାସୀ ମାନଙ୍କ ପାଇଁ ସଂରକ୍ଷିତ ରହିଛି । ପୂର୍ବ ସମସ୍ତ ନିର୍ବାଚନରୁ ଜଣାଯାଏ ଯେ ଜିଲାରେ କଂଗ୍ରେସ ଓ ବିଜେଡି ମଧ୍ୟରେ ମୁକାବିଲା ଲାଗି ରହିଛି । ହେଲେ ଆଗାମୀ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହୋଇ ପାରେ । ଏମାନଙ୍କ କଳହରୁ କଂଗ୍ରେସ ଫାଇଦା ନେବାକୁ ଜଗି ବସିଛି । ସଂରକ୍ଷଣ ତାଲିକା ମଧ୍ୟରେ ୧୮ ଟି ଜୋନ୍ ମଧ୍ୟରୁ ୩ ଟି ଅନୂସୂଚିତ ମହିଳା ଙ୍କ ପାଇଁ ସଂରକ୍ଷିତ,୨ ଟି ଅନୁସୂଚିତ ଜାତି,୫ ଟିଆଦିବାସୀ ମହିଳା,୪ଟି ଆଦିବାସୀ,୩ ଟି ସାଧାରଣ ବର୍ଗ ଓ ୧ଟି ସାଧାରଣ ବର୍ଗ ପ୍ରାର୍ଥୀ ମାନଙ୍କ ପାଇଁ ରହିଛି । ଚଳିତ ନିର୍ବାଚନରେ କିଛି ଆସନ ରେ ପୁରୁଷ ଓ ମହିଳା ଅଦଳ ବଦଳ ହୋଇଛି । ଗତ ଥର ଆଦିବାସୀ ମହିଳାଙ୍କ ପାଇଁ ଥିବା ବେଳେ ଏଥର ପୁରୁଷ ପାଇଁ ରହିଛି । ତେଣୁ ସ୍ୱାଭାବିକ ଭାବେ ଏହି ପଦବୀ ପାଇଁ ପ୍ରତିଦ୍ୱନ୍ଦିତା ନିଶ୍ଚିତ ଅଧିକ ହବେ । ଆଦିବାସୀ ମାନଙ୍କ ପାଇଁ ସଂରକ୍ଷିତ ଥିବା ଟିକାବାଲି,ଦାରିଙ୍ଗବାଡି,ତୁମୁଡି ବନ୍ଧ ଓ ରାଇକିଆ ଜୋନ୍ ରେ ଜିଲା ପରିଷଦ ସଦସ୍ୟ ପାଇଁ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ହେବା ର ସମ୍ଭାବନା ରହିଛି । ବିଶେଷ ଭାବେ ଗତ ନିର୍ବାଚନ ର ବିଜୟୀ ଜିଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ ତାଙ୍କ ଦ୍ୱିତୀୟ ଇନଂସ୍ ଖେଳିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ୨୦୧୭ ପଞ୍ଚାୟତ ନିର୍ବାଚନରେ ଜିଲାରେ ତ୍ରୀମୁଖି ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ୧୮ ଟି ଜୋନ୍ ମଧ୍ୟରୁ ବିଜେଡି୯ ଟି ଜୋନ୍ ରେ,କଂଗ୍ରେସ ଓ ବିଜେପି ୪ଟି ଲେଖାଏଁ ଓ ଜଣେ ନିର୍ଦଳୀୟ ପ୍ରାର୍ଥୀ ବିଜୟ ଲାଭ କରିଥିଲେ । ଜିଲା ପରିଷଦ ଆସନ ପାଇଁ ୧୦ ଟି ଆସନର ଆବଶ୍ୟକ ଥିବାରୁ ବିଜେଡି ଏହି ନିର୍ଦଳୀୟ ପ୍ରାର୍ଥୀ ଙ୍କୁ ନେଇ ଜିଲା ପରିଷଦ ଗଠନ କରିଥିଲା । ୫ ବର୍ଷ ଭିତରେ ଜିଲାରେ ସେଭଳି ରାଜନୈତିକ ପରିବର୍ତନ ହୋଇ ନାହିଁ । ପୂର୍ବ ଭଳି ଚଳିତ ଥର ମଧ୍ୟ ସାଙ୍ଗଠନିକ ଦୃଷ୍ଟିରୁ ଶାସକ ବିଜେଡି ଦଳ ସମସ୍ତଙ୍କ ଠାରୁ ଆଗୁଆ ଥିବା ବେଳେ ବିଜେପି ମଧ୍ୟ ଜିଲାର ସବୁ ସ୍ଥାନରେ ଦଳକୁ ସକ୍ରୀୟ କରିବାରେ ଲାଗି ପଡିଛି । ସାଧାରଣତଃ ଆଦିବାସୀ ସମ୍ପ୍ରଦାୟର ଲୋକେ ବିଜେପି ଦଳ ପ୍ରତି ଆକୃଷ୍ଟ ହେଉଥିବା ବେଳେ ରାଜ୍ୟ ସରକାର କେନ୍ଦ୍ର ସରକାର ଯୋଜନାକୁ ନିଜ ଯୋଜନା କହୁଥିବା ଲୋକେ ବୁଝିଲେଣି । ବିଶେଷ ଭାବେ ମୁଖ୍ୟମନ୍ତ୍ରୀ କୈାଣସି ବୈଠକରେ ସିଧା ସଳଖ ପାଟି ଖୋଲୁ ନଥିବା ଘଟଣା ସାଧାରଣ ଜନତା ଏବେ ବୁଝିଲେଣି । ହେଲେ ୫ ବର୍ଷ ମଧ୍ୟରେ ଭାଙ୍ଗି ପଡିଥିବା କଂଗ୍ରେସ ଦଳ ପୁଣି ଅଣ୍ଟା ସଳଖି ଠିଆ ହେବାକୁ ଚେଷ୍ଟା କରୁଛି । ହେଲେ ସେମାନଙ୍କୁ ଭିଟାମିନ୍- ଏମ୍ ର ଅଭାବ ଯୋଗୁଁ ଚିନ୍ତାରେ ପଡିଛନ୍ତି । ପୂର୍ବ ବର୍ଷ ମାନଙ୍କ ଭଳି କଂଗ୍ରେସର ସେଭଳି ସ୍ଥିତି ନଥିଲେ ମଧ୍ୟ ନିଜ ଦଳୀୟ ଭୋଟ କୁ ଆଶ୍ରା କରି ବିରୋଧୀଙ୍କ ସାମ୍ନା କରିବାକୁ ପ୍ରସ୍ତୁତ ହେଉଛି । ସେହିଭଳି ୧୨ ବ୍ଳକ ଅଧ୍ୟକ୍ଷ ପଦବୀ ମଧ୍ୟ ବାଣ୍ଟି ହୋଇ ଯିବାର ସମ୍ଭାବନା ରହିଛି । ଏଥର ପଞ୍ଚାୟତ ନିର୍ବାଚନରେ ବର୍ତମାନର ସାଂସଦ ଏହି ସାସଂଦୀୟ କ୍ଷେତ୍ରର ହୋଇ ନଥିବା ବେଳେ ବିଜେଡି କାହିଁକି ତାଙ୍କୁ ସାଂସଦ କଲା? ଏହି ପ୍ରଶ୍ନ ଉଠାଇବାକୁ ସ୍ଥାନୀୟ ଲୋକେ ପ୍ରସ୍ତୁତ ହେଉଛନ୍ତି । ଜିଲାକୁ ରେଳ ସଂଯୋଗୀ କରଣ,ଦରଦାମ୍ ନିୟନ୍ତ୍ରଣ, ଆବାସ ଯୋଜନା ଅର୍ଥ ହଡପ୍ , ରାସ୍ତାଘାଟର ଉନ୍ନତି କରଣ ,ସ୍ୱାସ୍ଥ୍ୟ ସେବା ସମସ୍ୟା ଓ ବେକାରୀ ବୃଦ୍ଧି ମୂଳ ପ୍ରଶ୍ନ ରହିବ ବୋଲି ଗ୍ରାମାଂଚଳ ବାସିନ୍ଦା ଆଲୋଚନା କରୁଛନ୍ତି ।

Leave a comment

Your email address will not be published. Required fields are marked *