#Breaking News

ମନୀଷ ହତ୍ୟା କାଣ୍ଡ ଫୁଲବାଣୀ ର ଦୁଇ ଗିରଫ, ଜଣକୁ ଛାଡିଲା ପୋଲିସ


ଫୁଲବାଣୀ 18/10(ସୁନୀଲ ପଟନାୟକ )
ଭୁବେନଶ୍ୱର ସ୍ଥିତ ହାଇପ୍ରୋଫାଇଲ ହତ୍ୟା ମାମଲା କୁହାଯାଉଥିବା ବରିଷ୍ଠ ସାମ୍ବାଦିକ ନବୀନ ଦାସ ଙ୍କ ପୁଅ ତଥା ଦୈନିକ ନିର୍ଭୟ ଖବର କାଗଜ ର ପରିଚାଳନା ସମ୍ପାଦକ ମନୀଷ ଅନୁରାଗ ହତ୍ୟା କାଣ୍ଡ ମାମଲା ରେ କମିସନରେ ଟ ପୋଲିସ ଫୁଲବାଣୀ ରୁ ୩ ଜଣକୁ ସନ୍ଦିଗ୍ଧ ଅପରାଧୀ ଭାବେ ନେଇ ଅଟକ ରଖି ତିନି /ଚାରି ଦିନପଚରା ଉଚୁରା କରିବା ପରେ ଦୁଇ ଜଣ ହତ୍ୟା ଘଟଣା ରେ ସମ୍ପୃକ୍ତ ଥିବା ଜାଣିପାରି ଗିରଫ କରି ଜେଲ କୁ ପଠାଇଥିବା ବେଳେ ଅନ୍ୟ ଜଣକୁ ପ୍ରମାଣ ଅଭାବରୁ ଛା ଡି ଦେଇଛି l
ସୂଚନା ଯୋଗ୍ୟ ଯେ ପୋଲିସ ପ୍ରଥମେଫୁଲବାଣୀ ର ହିମାଂଶୁ ବେହେରା ନାମକ ଜଣେ ସାମ୍ବାଦିକ କୁ ଏଗାର ତାରିଖ ରାତିରେ ଘରୁ ଉଠାଇ ନେଇଥିବା ବେଳେ ଦୀନେଶ ମହାପାତ୍ର ଓରଫ ଲିଟୁ ଓମୃତ୍ୟୁଞ୍ଜୟ ମିଶ୍ର ଓରଫ ମୁନା ତେର ତାରିଖ ସକାଳେ ଆତ୍ମ ସମର୍ପଣ କରିଥିଲେ l
କମିଶନରଟେ ପୋଲିସ ମାରାଥନ ଜେରା କରିବା ପରେ ଦୀନେଶ ଓରଫ ଲିଟୁ ଓ ମୃତ୍ୟୁଞ୍ଜୟ ଓରଫ ମୁନା କୁ ଗିରଫ କରିଥିବା ବେଳେଭୁବନେଶ୍ୱର ର ଅମରିତ ବିଶ୍ୱାଳ ନାମକ ଅନ୍ୟ ଜଣକୁ ମଧ୍ୟମନୀଷ ହତ୍ୟା ମାମଲା ରେ ପୋଲିସ ଗିରଫ କରିଛି l
ତେବେ ପ୍ରମାଣ ଅଭାବରୁ ପୋଲିସସାମ୍ବାଦିକ ହିମାଂଶୁବେହେରା କୁ ବର୍ତମାନ ଛାଡି ଦେଇଛି l
ହିମାଂଶୁ ଅଜାଣତ ରେ ସେମାନଙ୍କ ସମ୍ପର୍କ ରେ ଆସି ବଡ଼ ଭୁଲ କରିଥିବା
କୁହାଯାଉଛି l

Leave a comment

Your email address will not be published. Required fields are marked *