#Uncategorized

ଆଠଗଡ ସୋସାଇଟି ଦୁର୍ନୀତି ଆଗକୁ ଜୋରଦାର ହେବ, ସମବାୟ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ କହିଲା ବିଜେପି

ଆଠଗଡ(ଉଲାପ୍ର) ଆଠଗଡ ନିର୍ବାଚନ ମଣ୍ଡଳୀ ର ୨୬ ଗୋଟି ସମବାୟ ସଂସ୍ଥା ରେ ସମବାୟ ଦୃନୀତି ରେ କୋଟି କୋଟି ଟଙ୍କାର ଋଣ ଜାଲିଆତି କୁ ନେଇ ବର୍ଷିଛନ୍ତି ଆଠଗଡ଼ ର ବିଜେପି ନେତା ବ୍ରଜେନ୍ଦ୍ର ରାୟ। ଗତ ୧୦ମାସ ଧରି ଆଠଗଡ଼ ର ଚାଷୀମାନେ ଆନ୍ଦୋଳନ କରି ଆସୁଥିବା ବେଳେ ଗତ କିଛିଦିନ ତଳେ ଆଠଗଡ଼ ଗୁରୁଡ଼ିଝାଟିଆ ସମବାୟ ସମିତିର ୩ଜଣ ଚାଷୀ ବିଧାନସଭା ଆଗରେ ଆତ୍ମାହୁତି ଦେବାକୁ ମଧ୍ୟ ପଛାଇ ନଥିଲେ। ଯାହାକୁ ନେଇ ଆଠଗଡ଼ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ବିଧାୟକ ତଥା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଙ୍କ ବହିଷ୍କାର ଏବଂ ତାଙ୍କ ବଡ଼ ଭାଇ ବୀରେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କୁ ତୁରନ୍ତ ଋଣ ଜାଲିଆତି ରେ ଗିରଫ କରିବାକୁ ଦାବି କରିଛି ଆଠଗଡ଼ ବିଜେପି।। ଯଦି ଆଗମୀ ଦିନରେ ରାଜ୍ୟ ସରକାର ସମବାୟ ଦୃନୀତି ଏବଂ ନୟାଗଡ଼ ର ପରୀ ପରିବାର କୁ ନ୍ୟାୟ ନ ଦିଅନ୍ତି ତେବେ ବାଧ୍ୟ ହୋଇ ଆଠଗଡ଼ ବିଜେପି ଓଲ୍ହାଇବ ରାଜ ରାସ୍ତାକୁ,ଆଠଗଡ ର ୨୬ ଗୋଟି ସମବାୟ ସମିତିରେ ଦୁଇଶହ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭ8ଯୋଗ କରିଛନ୍ତି ବ୍ରଜେନ୍ଦ୍ର ରାୟ,ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଶଙ୍କର୍ଷଣ ମହାନ୍ତି,ଜଗଦାନନ୍ଦ ତ୍ରିପାଠୀ, ପ୍ରକାଶ ସେଠି,ବିଚିତ୍ରା ନନ୍ଦ ଜେନା,ରମାକାନ୍ତ ସେନାପତି,ପ୍ରଦୀପ ମହାପାତ୍ର ପ୍ରମୁଖ ଯୋଗଦେଇ ଥିଲେ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *