#Breaking News #District

ପଞ୍ଚାୟତ କାର୍ୟନିର୍ବାହୀ ଅଧିକାରିଙ୍କ ଆନ୍ଦୋଳନ ୧୮ ଦିନ ରେ,ପହଞ୍ଚିଲେ ବିଧାୟକ

ଫୁଲବାଣୀ(ସୁନୀଲ ପଟନାୟକ)
ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘ ଓଡ଼ିଶା ଡାକରାକ୍ରମେ କନ୍ଧମାଳ ର ସମସ୍ତ ୧୨ ଟି ବ୍ଲକ ର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଗଷ୍ଟ ମାସ ୧୮ ତାରିଖ ରୁ ଦିଆଯାଇଥିବା କାର୍ଯ୍ୟବନ୍ଦ୍ ଡାକରା ଆଜି ୧୮ ଦିନରେ ପହଞ୍ଚିଥିବା ବେଳେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଗଣଧାରଣା ଜାରି ରହିଛି। ଏଭଳି ସ୍ଥଳେ ବିଭିନ୍ନ ପଞ୍ଚାୟତ ର ବିଭିନ୍ନ କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ହେବା ସଙ୍ଗେ ସଙ୍ଗେ ହିତାଧିକାରୀ ମାନେ ତାଙ୍କର ପ୍ରାପ୍ୟ ପାଇପାରୁନାହାନ୍ତି । ପଞ୍ଚାୟତ ର ଉନ୍ନୟନ ମୂଳକ କାର୍ଯ୍ୟରେ ମଧ୍ୟ ଅବହେଳା ଦେଖିବାକୁ ମିଳିଛି। ଦୀର୍ଘ ୧୮ ଦିନ ପରେ ଆଜି ଫୁଲବାଣୀ ବିଧାୟକ ଶ୍ରୀ ଅଙ୍ଗଦ କହଁର ଆସି ସେମାନଙ୍କ ପାଖରେ ପହଞ୍ଚିଥିଲେ ଏବଂ ସେମାନଙ୍କ ପାଖରୁ ଦାବିପତ୍ର ସଂଗ୍ରହ କରିବା ସଙ୍ଗେ ସଙ୍ଗେ ସମସ୍ତ ସମସ୍ୟା ବୁଝିଥିଲେ ।ଏହି ଗଣଧାରଣା ରେ ଜିଲ୍ଲା ସଭାପତି ପଦ୍ମଚରଣ ମହାନ୍ତି , ସମ୍ପାଦକ ମହେଶ ପଟ୍ଟନାୟକ, ସୁକାନ୍ତ ପଟ୍ଟନାୟକ, ବିଶିକେଶନ ବେହେରା , ମାନସ ପାଣଗ୍ରାହୀ, କୁମାରମନି ମଲ୍ଲିକ , ପ୍ରମୋଦ କୁମାର ସାହାଣୀ, ଦଇତାରୀ ପ୍ରଧାନ, ଚିତ୍ତରଞ୍ଜନ ଦିଗାଲ ଓ ଅନ୍ୟ ମାନେ ଏହାର ନେତୃତ୍ବ ନେଉଛନ୍ତି ।

Leave a comment

Your email address will not be published. Required fields are marked *