#Uncategorized

କରୋନା ସମୟରେ ଚାଷୀଙ୍କ ଫସଲ ଚନ୍ଦକା ହାତୀପଲଙ୍କ ପାଦତଳେ


ଆଠଗଡ(ଉଲାପ୍ର)କରୋନା ସମୟରେ ଚାଷୀଙ୍କ ଝାଳ ବୁହା ଓ ମେହେନତ ର ଫଳ ଯାଇଛି ଚନ୍ଦକା ହାତୀପଲ ଙ୍କ ପାଦତଳେ, ଏ ଦୃଶ୍ୟ ହେଉଛି ଆଠଗଡ ବ୍ଲକ ଅନ୍ତର୍ଗତ ମହାକାଲବସ୍ତ ପଂଚାୟତ ରେ,ଗତ ପାଞ୍ଚ ମାସ ଧରି ସାଧାରଣ ଲୋକ ଲକଡାଉନ ଓ ସଟଡାଉନ ମଧ୍ୟରେ ରହିଥିବା ବେଳେ ଆଠଗଡ ବ୍ଲକ ମହାକାଲବସ୍ତ ଚାଷୀ ଜୀବନକୁ ଖାତିର ନକରି ଚାଷ ବାସ କରି କିଛି ଅର୍ଥ ରୋଜଗାର କରିବା ପାଇଁ ଚେଷ୍ଟା କରିଥିଲେ,ଏ ଚେଷ୍ଟା ଚାଷୀଙ୍କ ଯେମିତି ଫିକା କରି ଦେଇଛି,ଗତ ୧୫ଦିନ ହେବ ହାତୀପଲ ଚନ୍ଦକାରୁ ମହାନଦୀ ପାର ହୋଇ ଆଠଗଡ ମେଘା ଜଙ୍ଗଲକୁ ଫେରିବା ପରେ ଏବେ ଆଠଗଡ ଚାଷୀଙ୍କ ନିଦ ହଜାଇ ଦେଇଛି ହାତୀପଲ,ପ୍ରତେକ ଦିନ ଆଠଗଡ ମୁଣ୍ଡଳୀ ରାସ୍ତାର ଡାଳ ଖାଇ ଠାକୁରାଣୀଙ୍କ ନିକଟରେ ମେଘା ଜଙ୍ଗଲ ରୁ ବାହାରି ରାସ୍ତା ପାର ହୋଇ ଅନ୍ୟ ଅଂଚଳକୁ ଯାଆସ କରୁଥିବା ବେଳେ ମହାକାଳ ବସ୍ତ କିଆରୀ ମାନଙ୍କରେ ହାତୀ ପଲ ପଶି ବ୍ୟାପକ ପନିପରିବା ଫସଲ ଗତ କାଲି ନଷ୍ଟ କରିଥିବା ଦେଖିବାକୁ ମିଳିଛି, ବ୍ୟାପକ ପନିପରିବା ଫସଲ ନଷ୍ଟ ହୋଇଥିବା ଯୋଗୁଁ ଚାଷୀଙ୍କ ହୋସ ଉଡିସାରିଲାଣି,ଲକ୍ଷଲକ୍ଷ ଟଙ୍କା ଖର୍ଚକରି ଚାଷୀମାନେ ପନିପରିବା ଫସଲ କରିଥିବା ବେଳେ ହାତୀପଲ ଜେତିକି ଫସଲ ଖାଉନାହାନ୍ତି ତା ଠାରୁ ଅଧିକ ଫସଲ ନଷ୍ଟ କରୁଛନ୍ତି ଓ ଗୋଡ଼ରେ ଦଳି ମକଚି ଦେଉଛନ୍ତି,ଚାଷୀ ମାନେ ବନବିଭାଗ ରେ କ୍ଷୟକ୍ଷତି ପାଇଁ ଆବେଦନ କରୁଥିବା ବେଳେ ଚାଷୀ ମାନଙ୍କୁ ଠିକଣା ସମୟରେ କ୍ଷୟକ୍ଷତି ଟଙ୍କା ମିଳୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି,ଆଠଗଡ ବନବିଭାଗ ରେ ହାତୀମାନଙ୍କୁ ଜଗିବା ପାଇଁ ଯେଉଁ ଜଗୁଆଳି ମାନଙ୍କୁ ନିଯୁକ୍ତି କରାଯାଇଛି ସେମାନେ ଠିକ ଭାବେ ହାତୀ ମାନଙ୍କୁ ଜଗୁନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି,ହାତୀମାନଙ୍କ ଗତିବିଧି ଉପରେ ନଜର ରଖୁନାହିଁ ବନବିଭାଗ, ହାତୀ ଜଗୁଆଳି ମାନଙ୍କ ନାମରେ ମିଥ୍ୟା ବିଲ କରି ଖାଇ ଯାଉଥିବା ମଧ୍ୟ ଅଭିଯୋଗ ହେଉଛି,ଆଠଗଡ ରେଞ୍ଜର ଜମାରୁ ବନଖଣ୍ଡ ଭିତରକୁ ଯାଉନାହାନ୍ତି,ଯେହେତୁ ସେ ଜଣେ ମହିଳା,ସେହିପରି ଆଠଗଡ ଡିଏଫଓ ମଧ୍ୟ ଜଣେ ମହିଳା ହୋଇଥିବାରୁ ସେ ମଧ୍ୟ ଚାଷୀଙ୍କ ଭଲ ମନ୍ଦ ବୁଝିବା ପାଇଁ କୋୖଣସି ଅଞ୍ଚଳକୁ ଯାଉ ନ ଥିବା ଅଭିଯୋଗ କରିଛନ୍ତି ଚାଷୀମାନେ, ଦିନକୁ ଦିନ ଆଠଗଡ ଅଞ୍ଚଳରେ ହାତୀପଲ ଙ୍କ ଦୌରାତ୍ମ ବଢ଼ିବଢି ଚାଲିଥିବା ବେଳେ କରୋନା ସମୟରେ ମୁଣ୍ଡଝାଳ ତୁଣ୍ଡରେ ମାରି ଯୋଉ ପରିଶ୍ରମ କରିଥିଲେ ସେ ପରିଶ୍ରମ ଏବେ ବୃଥା ରେ ପରିଣତ ହୋଇଛି,ଚାଷୀଙ୍କ ବର୍ଷକ ଯାକର ଆହାର ଏବେ ଚନ୍ଦକା ହାତୀପଲ ଙ୍କ ପାଦତଳେ ଯାଇଛି।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *