#Breaking News #District

ଦକ୍ଷିଣକାଳୀ ସ୍ଥିତ ଦକ୍ଷିଣକାଳୀ ପୀଠରେ ଜନ୍ମବାର୍ଷିକୀ ଉତ୍ସବ ପାଳିତ

ଢେଙ୍କାନାଳ ( ଉଲ୍ଲାପ୍ର )ଢେଙ୍କାନାଳ ଦକ୍ଷିଣକାଳୀ ସ୍ଥିତ ଦକ୍ଷିଣକାଳୀଙ୍କ ମନ୍ଦିର ରେ ଆଜି ଚୈତ୍ର ପୂର୍ଣ୍ଣିମା ଅବସରରେ ମା’ଙ୍କର ଜନ୍ମବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ପ୍ରାତଃ କାଳରୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର, ପୁଷ୍ପମାଲ୍ୟ, ଧୂପ, ଦୀପ, ବିଭିନ୍ନ ପ୍ରକାର ଭୋଗଲାଗି କରାଯାଇଥିଲା। ସୂର୍ଯ୍ୟ ପୂଜା, ମଣ୍ଡଳ ଅଧିବାସ ପୂଜା ମା’ଙ୍କ ଶୋଳଷଉପଚାର ପୂଜା, ସପ୍ତ ଚଣ୍ଡୀ ପଠ ଓ ଆହୁତି ଏବଂ ପୂର୍ଣ୍ଣାହୁତି ହୋଇଥିଲା। ଦହି ପାଣି ବଣ୍ଟନ ସହିତ ପ୍ରସାଦ ସେବନ ଭକ୍ତମାନେ କରିଥିଲେ। ସଭାପତି ଶଙ୍କର୍ଷଣ ଡୋରା, ପ୍ରମୋଦ ବରାଳ,ସମିର ପ୍ରଧାନ, ମାନ ଭଞ୍ଜନ,କେଶବ ନାୟକ, ବୁବୁନା, ପ୍ରତାପ ଭାଇ, ମୁନା ବିଶ୍ବାଳ,ଟୁନା ସାର୍ ଓ କମିଟି ର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତ ରେ ମାଙ୍କ ଜନ୍ମ ବାର୍ଷିକୀ ଉତ୍ସବ ଟି ପାଳନ କରାଯାଇଥିଲା ।

Leave a comment

Your email address will not be published. Required fields are marked *