#Breaking News

୧୯ ରେ କଂଗ୍ରେସ ରାଜ୍ୟ ପ୍ରଭାରୀ ଛେଲା କୁମାର ଙ୍କ କନ୍ଧମାଳ ଗସ୍ତ,ସାଧାରଣ ସଭା ଓ ମିଶ୍ରଣପର୍ବ!


ଫୁଲବାଣୀ (ସୁନୀଲ ପଟନାୟକ ) କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ଆଗାମୀ ନିର୍ବାର୍ଚନ କୁ ଦୃଷ୍ଟିରେ ରଖି 19ତାରିଖରେ ଫୁଲବାଣୀରେ ଏକ ମିଶ୍ରଣ ପର୍ବ ଓ ସାଧାରଣ ସଭା କରିବା ନିଷ୍ପତି କରିଛି! ଏଥି ପାଇଁ ଫୁଲବାଣୀ ନେତାଜୀ କ୍ଲବ ରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସଭାପତି ଅନାମ ନାୟକ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି!ଶତା ଧିକ ଲୋକ କଂଗ୍ରେସ ରେ ଯୋଗ ଦେବାର କାର୍ଯ୍ୟ କ୍ରମ ରହିଛି!ଜିଲ୍ଲା କଂଗ୍ରେସ କମିଟି ର ସଭାପତି ହେବାପରେ 12 ଟି ବ୍ଲକରେ ସଙ୍ଘଠନ ସୁଦୃଢ କରିବା ପ୍ରୟାସ ଜାରି ରଖିଛନ୍ତି!କୌଣସି କଂଗ୍ରେସ ସଭାପତି ଏଭଳି ବୁଲି ବୁଲି ସଭା ସମିତି କରି ସଙ୍ଘଠନ କରିନଥିଲେ!. ବିଜେଡି ର ଦୀର୍ଘ ଦିନ ଶାସନ ରେ କଂଗ୍ରେସ ଲୋକୋ ବିଜେଡି ରେ ମିଶି ଯାଉଥିବାବେଳେ କନ୍ଧମାଳ ରେ ଅନାମ ନାୟକ କଂଗ୍ରେସ ଦଳକୁ ସୁଦୃଢ କରିବାକୁ ଆପ୍ରାଣ ଉଦ୍ୟମ ଚଳାଇ ଛନ୍ତି!ସମ୍ପ୍ରତି ଦାରିଙ୍ଗବାଡି ରେ ଏକ ବଡ ଧରଣର ମିଶ୍ରଣପର୍ବ କରିଥିଲେ!ଆସନ୍ତା 19ରେ କଂଗ୍ରେସ ରାଜ୍ୟ ପ୍ରଭାରୀ ଛେଲା କୁମାର ସାଧାରଣ ସେବାରେ ଯୋଗ ଦେବେ!ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟନାୟକ, ଖଡ଼ିଆଳ ବିଧାୟକ ଅଧୀରଞ୍ଜନ ପାଣିଗ୍ରାହୀ, ରାଜ୍ୟ ଅବସି ଚେରମ୍ୟାନ ଜ୍ଞାନଦେବ ମୋହନ ବେହୁରା, ତାରାପ୍ରସାଦ ବାହିନୀପତି, ରମେଶ ଜେନା, କନ୍ଧମାଳ ପ୍ରଭାରୀ ବିସ୍ମୟ ମହାପାତ୍ର, ହୁସସେ ଖାନ, ଜଙ୍ଗେଶ୍ୱର ବାବୁ ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗଦେବେ ବୋଲି ରାଜ୍ୟ ପି ସି ସି ସମ୍ପାଦକ ଚନ୍ଦ୍ର ଶେଖର ପରିଡା ପ୍ରକାଶ କରିଛନ୍ତି!ଆସନ୍ତାକାଳି ଯୁବକଂଗ୍ରସ ଏସ ପି ଅଫିସ ଘେରାଉ କରିବ ବୋଲି ସଭାପତି ବସନ୍ତ ପାଢ଼ୀ କହିଛନ୍ତି! ପି ସି ସି କାର୍ଯ୍ୟାଳୟ ରେ ପୋଲିସ ପଶି ମାଡ଼ ମାରିବା ର ପ୍ରତିବାଦ କ୍ଷରିବ ଯୁବ କଂଗ୍ରେସ! ପ୍ରସ୍ତୁତି ବୈଠକରେ ପୂର୍ବତନ ଏମ ପି ରାଧାକାନ୍ତ ଡିଗଲ, ନଗର କଂଗ୍ରେସ ସଭାପତି ଶିବଶଙ୍କର ବେହେରା, ବୁଢା ଦାସ, ପ୍ରଫୁଲବେହେରା, ମିକା ମହାପାତ୍ର ଆଇନଜୀବୀ ବିଜୟ ମହାନ୍ତି, ନୃସିଂହ ଶତପଥି (ପୂର୍ବତନ ମନ୍ତ୍ରୀ ନାଗାର୍ଜୁନ ପ୍ରଧାନ ଙ୍କ ପ୍ରତିନିଧି,)ପ୍ରମୁଖ ଯୋଗ ଦେଇଥିଲେ

Leave a comment

Your email address will not be published. Required fields are marked *