#Breaking News #Uncategorized

ପିଲାଙ୍କ ଜୀବନ ସହ ଖେଳୁଛନ୍ତି ଯନ୍ତ୍ରୀ ଓ ଠିକାଦାର, ନିମ୍ନମାନର କାମଯୋଗୁ ବାଲିଗୁଡ଼ା ଆଦର୍ଶ ବିଦ୍ୟାଳୟ ପାଚେରୀ ଭୁଷୁଡିଲା


ଫୁଲବାଣୀ-( ସୁନୀଲ ପଟନାୟକ) ଗୁରୁବାର ବାଲିଗୁଡ଼ା ସ୍ଥିତ ଆଦର୍ଶ ବିଦ୍ୟାଳୟର ପାଚେରୀ କାନ୍ଥର କିଛି ଅଂଶଭୁଷୁଡି ପଡିଛି ।
ନିମ୍ନମାନର କାର୍ଯ୍ୟଯୋଗୁ କିଛି ମାସ ହେଲା ତିଆରି ହୋଇଥିବା ପାଚେରୀ ଭୁଷୁଡି ପଡିବା ଫଳରେ ଏହାକୁ ନେଇ ନାନାଆଲୋଚନା ହେଉଛି । ଆଜି ସକାଳୁ ବାଲିଗୁଡ଼ା ଅଞ୍ଚଳରେ ବର୍ଷ।ହୋଇଥିଲା । ବର୍ଷାରେ ପାଚେରୀର ୧୦ ଫୁଟ ଉର୍ଦ୍ଧ କାନ୍ଥ ମୁଳରୁ ଭୁଷୁଡି ପଡିବା ଦେଖିବାକୁ ମିଳିଛି। ଯନ୍ତ୍ରୀ ଓ ଠିକାଦାର ମିଶି ନିମ୍ନମାନର କାର୍ଯ୍ୟ କରି ଅର୍ଥ ହଡପ କରିବା ଫଳରେ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା କୁହାଯାଉଛି । ବାଲିଗୁଡ଼ା ଗ୍ରାମ୍ୟ ନିର୍ମାଣ ଡିଭିଜନ ପକ୍ଷରୁ ନୂତନ ଭାବେଏହି ଆଦର୍ଶ ବିଦ୍ୟାଳୟ ଓ ପାଚେରୀ ନିର୍ମାଣ କରାଯାଇଥିଲା।ବିଲଡିଙ୍ଗ କାର୍ଯ୍ୟ ମଧ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଏହାର
ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ସଂପୃକ୍ତ ଠିକାଦାର ଓ ଯନ୍ତ୍ରୀଙ୍କ ବିରୁଦ୍ଧରେ ଆବଶ୍ୟକ ଦୃଢ କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି ।
ତଦନ୍ତ ନେଇ . ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିବା ଶୁଣିବାକୁ ମିଳିଛି ।
ଏ ସଂପର୍କରେ ଖବର ମିଳିବାପରେ ନିର୍ବାହୀ ଯନ୍ତ୍ରୀ ତଦନ୍ତ କରିବେ ବୋଲି ଜଣା ପଡିଛି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *