#Breaking News #District

ନଅ ଦଫା ଦାବି ରେ କଂଗ୍ରେସ ର ବ୍ଲକ୍ କାର୍ଯ୍ୟାଳୟ ଘେରାଉ


  • ଫୁଲବାଣୀ/ବାଲିଗୁଡା(ସୁନୀଲ ପଟ୍ଟନାୟକ)
    ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଙ୍କ ଡାକରା ରେ ସାରା ରାଜ୍ୟ ରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଉ ଥିବା ବେଳେ କନ୍ଧମାଳ ଜିଲ୍ଲାର ବାଲିଗୁଡା ସମେତ କୋଟଗଡ ,ତୁମୁଡ଼ିବନ୍ଧ, କ ନୂଆଗାଁ, ଦାରିଙ୍ଗିବାଡି ରେ ମଧ୍ଯ କଂଗ୍ରେସ କର୍ମୀ ମାନେ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରି ଥିବା ଦେଖିବାକୁ ମିଳିଛିl ବାଲିଗୁଡା ଅଞ୍ଚଳ ର କଂଗ୍ରେସ
    ବରିଷ୍ଠ ତଥା ଜଣାଶୁଣା ନେତା ମନୋଜ କୁମାର ଆଚାର୍ଯ୍ୟ ,ବ୍ଲକ୍ ସଭାପତି ଆଇବର୍ ନାୟକ, ବରିଷ୍ଠ କର୍ମୀ ରବି ଚନ୍ଦ୍ର ପାତ୍ର କେ ବଳରାମ ଦୋରା ଙ୍କ ନେତୃତ୍ବରେ ଶୁକ୍ରବାର ବିଭିନ୍ନ ଦାବୀ ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ନଅ ଦଫା ଦାବି ସମ୍ବଳିତ ଦାବୀ ପତ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ବିଡିଓ ଙ୍କୁ ପ୍ରଦାନ କରିଛନ୍ତି l ବ୍ଲକ୍ ରେ ଚାଲିଥିବା ଶତକଡା ୧୫ ପ୍ରତିଶତ ପ୍ରତିଶତ ପି ସି କାରବାର ବନ୍ଦକରିବା l ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ହେଉଥିବା ଦୁର୍ନୀତି ବନ୍ଦ l ବେକାରୀ ସମସ୍ୟା ,ଚାଷୀ ମାରଣ ନୀତି ,ନାରୀ ନିର୍ଯ୍ୟାତନା , ବିଦ୍ୟୁତ୍ ଲୋ ଭୋଲଟେଜ ସମସ୍ୟା ସାଙ୍ଗକୁ ଟାଟା କମ୍ପାନୀର ଖାଉଟି ବିରୋଧୀ ନୀତି l ପେଟ୍ରୋଲ ,ଡିଜେଲ ଓ ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀ ର ଦର ଦାମ ବୃଦ୍ଧି l କୃଷିଜାତ ଦ୍ରବ୍ୟ ର ଅଭାବୀ ବିକ୍ରି ଏବଂ ରାଜ୍ୟ ସରକାର ପ୍ରତ୍ୟେକ ପଞ୍ଚାୟତ କୁ ଦେଉଥିବା ୫୦ଲକ୍ଷ ଟଙ୍କା ବ୍ଲକ୍ ଜରିଆରେ ନଦେଇ ସିଧସଳଖ ଗ୍ରାମ ପଞ୍ଚାୟତ କୁ ଦେବାପାଇଁ ପ୍ରମୁଖ ଦାବୀ ଅନ୍ତର୍ଭୁକ୍ତ l

Leave a comment

Your email address will not be published. Required fields are marked *