#Breaking News

ଇମ୍ପରିୟଲ କଲେଜରେ ଏକାଦଶତମ ଆନ୍ତଜାତୀୟ ଆଲେକ୍ସଜର କାର୍ଯ୍ୟକ୍ରମ


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ) ବିଦ୍ୟା ବିହାର ସ୍ଥିତ ଇମ୍ପରିୟଲ କଲେଜର ଏକାଦଶତମ ଆନ୍ତଜାତୀୟ ସେମିନାର ଆଲେକ୍ସଜର ଅନୁଷ୍ଠିତ ହୋଇଯାଇଅଛି । ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଫେସର ବିଶ୍ୱଜିତ୍ ଶତପଥୀ, ସମ୍ବଲପୁର ବିଶ୍ୱବିଦ୍ୟାଳୟ , ଡ.ସଞ୍ଜୟ ମିଶ୍ର ରେଜିଷ୍ଟର, ଆଡାମାସ ବିଶ୍ଵ ବିଦ୍ୟାଳୟ କୋଲକାତା, ଡ. ରୋହିତା ଦ୍ବିବେଦୀ ଆସିଷ୍ଟାଣ୍ଟ ପ୍ରଫେସର , ଏନ ଏମ ଆଇ ଏମ ଏସ , ମୁମ୍ୱାଇ ଏବଂ ଡ. ଆଶିଷ ଶ୍ରୀବାସ୍ତବ ଦିଜିଏମ୍, ଜିଏଆଇଏଲ୍ ନୂଆଦିଲ୍ଲୀ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। କଲେଜର ନିର୍ଦ୍ଦେଶକ ଦୀପକ ଗୋୟଲ୍ ସ୍ଵାଗତ ଭାଷଣ ଦେଇଥିଲେ ଏବଂ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିଚାଲିତ ହୋଇଥିଲା। ସେମିନାର ର ପ୍ରଥମ ଅଧିବେସନରେ ଡ. ସଞ୍ଜୟ ମିଶ୍ର ଏବଂ ଡ. ଆଶିଷ ଶ୍ରୀବାସ୍ତବ ପ୍ରଯୁକ୍ତି ବିଦ୍ୟା ଓ ଇ- ଲାର୍ଣୀଙ୍ଗ ର ଭୂମିକା ଛାତ୍ରଛାତ୍ରୀମାନଙ୍କ ଜୀବନରେ କିଭଳି ପ୍ରଭାବ ପକାଇଛି ସେ ବିଷୟରେ ଆଲୋକପାତ କରିଥିଲେ। ଡ. ରୋହିତା ଦ୍ବିବେଦୀ ଏବଂ ଡ. ବିଶ୍ୱଜିତ୍ ଶତପଥୀ କୋଭିଡ -୧୯ କିପରି ଉଚ୍ଚଶିକ୍ଷା ଉପରେ ପ୍ରଭାବ ପକାଇଛି ତା’ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ଯେପରିକି ଶିକ୍ଷା ଓ ଶିକ୍ଷଣ ,ପରୀକ୍ଷା, ସର୍ଭିସ ଇତ୍ୟାଦି ।ସେମିନାରର ଦ୍ଵିତୀୟ ଅଧିବେଶନରେ କଲେଜର ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ କୋଭିଡ -୧୯ ର ପ୍ରଭାବ କିପରି ଉଚ୍ଚ ଶିକ୍ଷା ଉପରେ ପଡ଼ିଛି ଏହା ଉପରେ ଉପସ୍ଥାପନା କରିଥିଲେ । ପରିଶେଷରେ ବିସିଏ ଛାତ୍ର ସ୍ଵୟମ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a comment

Your email address will not be published. Required fields are marked *