#Uncategorized

*ଖବର ଆଜିର* ତାରିଖ ୨୫/୧୧/୧୯, ସୋମବାର ୧-ଆମ ରାଜ୍ୟ ସାମଗ୍ରିକ ବେକାରୀରେ ତିନି ନମ୍ବର:ବେକାର ପୁରୁଷ– ୩୨ ପ୍ରତିଶତ,ବେକାର ମହିଳା–୩୯.୨ ପ୍ରତିଶତ,ସାମଗ୍ରିକ ବେକାର–୩୩.୮ ପ୍ରତିଶତ:NSO ସର୍ଭେ। ୨-ପ୍ରତିଭା ରାୟ ପାଇବେ ସାରଳା ସମ୍ମାନ,ଝିଲି ଦଳବେହେରା ପାଇବେ ଚଳିତ ବର୍ଷର ଏକଲବ୍ୟ ପୁରସ୍କାର। ୩-ନୂଆ ମୋଟର ଯାନ ଆଇନ:ଫାସଟ୍ଯାଗ ନ ଥିଲେ ଟୋଲ ଟିକସ ଦ୍ଵିଗୁଣିତ। ୪-ପୁରୁଣା ପେନସନ ଓ ଗ୍ରେଡ଼-ପେ ପ୍ରସଙ୍ଗ:୩୦ରେ ବିଧାନସଭା ଘେରିବ ପ୍ରାଥମିକ ଶିକ୍ଷକ ସଂଘ। ୫-ଭାଙ୍ଗିଲା ସରକାରଙ୍କ ନିଦ, ଖୋଲିଲେ ସୁଲଭ ମୂଲ୍ୟ ଦୋକାନ, ୫୦ ରୁ ୭୭ ଟଙ୍କାରେ ମିଳୁଛି ପିଆଜ। ୬-୫୦ ଲକ୍ଷ ଟଙ୍କା ଦେବାକୁ ଠିକାଦାରଙ୍କୁ ଧମକ, ଗିରଫ ହେଲେ ପାଞ୍ଚ ନକଲି ମାଓବାଦୀ ୭-ମହାରାଷ୍ଟ୍ରରେ ‘ଅପରେସନ ଲୋଟସ’ , ସଂଖ୍ୟା ବଳ ଯୋଗାଡ଼ ଲାଗି ୪ ନେତାଙ୍କୁ ବଡ଼ ଦାୟିତ୍ଵ ଦେଲା ବିଜେପି। ୮-ବାରବାଟୀ ଦିନିକିଆ ପାଇଁ ଓ ଷ୍ଟାଡ଼ିୟମ ମରାମତି ଲାଗି ବିସିସିଆଇ ଦେଲା ୧୦ କୋଟି ଅନୁଦାନ। ୯-ଦାନ୍ତେୱାଡା ଓ ନାରାୟଣପୁରରେ ମାଓହିଂସା, ୧୧ଟି ଗାଡି ପୋଡିଲେ, ସରକାରୀ କୋଠା ଜାଳିଲେ। ୧୦-ଉତ୍କଳ ବିଶ୍ଵବିଦ୍ୟାଳୟର ୭୫ ବର୍ଷ ପୂର୍ତ୍ତି:ଡିସେମ୍ଵର ୮ରେ ବାଣୀବିହାର ଆସିବେ ରାଷ୍ଟ୍ରପତି। ୧୧-ଡିସେମ୍ବର ୧୩ରୁ ୧୭ଭିତରେ ମୋଦୀ ଓ ସିଞ୍ଜୋ ଆବେ ଏକାଠି ବୁଲିବେ କୋଣାର୍କ !- କୋଣାର୍କ ନିକଟରେ ହୋଇପାରେ ଭାରତ-ଜାପାନ ଶିଖର ଆଲୋଚନା*

Leave a comment

Your email address will not be published. Required fields are marked *