#Breaking News

କନ୍ଧମାଳ ଛାତ୍ର ବିଜେଡି ସଭାପତିଙ୍କ ଦ୍ୱାରା ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ମାସ୍କ ବଣ୍ଟନ ସହ କରୋନା ସଚେତନତା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ ଗାଇଡ଼ଲାଇନ ଅନୁଯାୟୀ ସୋମବାର ସକାଳ ୧୦ଟାରୁ ଦିନ ଗୋଟାଏ ତିରିଶ ପର୍ଯ୍ୟନ୍ତ କ୍ଳାସ ଚାଲିବ । ସ୍କୁଲକୁ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂ କରି ପିଲାଙ୍କୁ ଛଡ଼ାଯିବ । ଏହି ସବୁ ଜାଣିବା ପରେ କନ୍ଧମାଳ ଜିଲ୍ଲା ଛାତ୍ର ବିଜେଡି ସଭାପତି ସୁନୀଲ ସେଠୀଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଛାତ୍ର ଜନତା ଦଳ ତରଫରୁ ଫୁଲବାଣୀ ଟାଉନର ପ୍ରତ୍ୟେକ ଉଚ୍ଚବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀ ମାନଙ୍କୁ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି । ଏଥିରେ ଖଜୁରିପଡ଼ା ବ୍ଲକ୍‌ ଅଧ୍ୟକ୍ଷ ବିରେନ୍ଦ୍ର କହଁର, ଜିଲ୍ଲା ଛାତ୍ର ଉପ ସଭାପତି ଦେବାଶିଷ ବେହେରା, ଜିଲ୍ଲା ଡିଜିଟାଲ ସମ୍ପାଦକ ବିଦ୍ୟାଧର ପ୍ରଧାନ ଓ ଫୁଲବାଣୀ ଛାତ୍ର ନଗର ସଭାପତି ସନ୍ଦୀପ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Leave a comment

Your email address will not be published. Required fields are marked *