#Breaking News #District

ରାସ୍ତା କାମ ଦେଖି ବିଧାୟକ ଖପ୍ପା


ଫୁଲବାଣୀ(ସୁନୀଲ ପଟନାୟକ )
ଫୁଲବାଣୀ ବିଧାୟକ ଅଙ୍ଗଦ କହଁର କାଲି ଏକ ମିଟିଂ ରେ ଯୋଗ ଦେବାକୁ ଯାଉଥିବା ବେଳେ ରାସ୍ତା କାମ ଚାଲିଥିବା ଦେଖି ହଟାତ ଗାଡ଼ିରୁ ଓଲ୍ଲହାଇପଡ଼ି ରାସ୍ତା କାର୍ଯ୍ୟ ଦେଖିଥିଲେ l ତେବେରାସ୍ତାରୁ ପିଚୁ
ଗୋଡ଼ ମାରିଲେ ଉଠିଯାଉଥିବା ଦେଖି ଅସନ୍ତୋଷ ପ୍ରକାଶ କରିବା ସହ ଠିକାଦାର ଙ୍କୁ ତାଗିଦ କରିଥିଲେ l ରାସ୍ତା କାମ ଯେପରି ଉନ୍ନତ ମାନର ହେବ ସେଥିପ୍ରତି ଦ୍ରୁଷ୍ଟି ଦେବାଲାଗି କହିଥିଲେ lନଚେତ ବିଲ ପୈଠ କରାଯିବନି ବୋଲି ସତର୍କ କରାଇଦେଇଥିଲେ ବିଧାୟକ କହଁର l
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସାଡୀଙ୍ଗିଆ ଠାରେ l ସେଠାରେ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ରାସ୍ତା ନିର୍ମାଣ ଚାଲିଛି l
ତେବେ ରାସ୍ତା କାମରେ ବ୍ୟାପକ ଦୁର୍ନିତୀ ଓ ଅନିୟମିତତା ହେଉଥିବା ନେଇ ଗ୍ରାମବାସୀ ବହୁବାର ଠିକାଦାର ଙ୍କୁ ଅଭିଯୋଗ କରିବାପରେ ବି ଠିକାଦାର ବାବୁ ଶୁଣିନଥିଲେ l ଓଲଟା କାମ ବୁଝୁଥିବା ସୁପ୍ରଭାଇଜର ଧମକ ଦେଉଥିବା ଅଭିଯୋଗ ହେବା ପରେ ଗ୍ରାମବାସୀ ବିଧାୟକ ଙ୍କ ନିକଟରେ ଫେରାଦ ହୋଇଥିଲେ l ଆଉ ବିଧାୟକ କହଁର କାଲି କାର୍ଯ୍ୟ ତଦାରଖ କରିବା ସହ ଅସନ୍ତୋଷ ପ୍ରକାଶ କରି ଥିଲେ l
ଏ ନେଇ ବିଭାଗୀୟ ଏସ ଇ ଇଂ ସୁ ଦେଶ ରାଉତ ଙ୍କୁ ପଚାରିବାରେ ଏ ନେଇ ତାଙ୍କ ନିକଟରେ ସେଭଳି କିଛି ଅଭିଯୋଗ ନାହିଁ ଯଦି ଅଭିଯୋଗ ଅସେ ତେବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ l

Leave a comment

Your email address will not be published. Required fields are marked *