#Breaking News

ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ


ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ମନୀଷା ବାନାର୍ଜୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ରବି ଋତୁର ଧାନ ସଂଗ୍ରହ ପାଇଁ ପୂର୍ବ ଭଳି ପ୍ରାଥମିକ କୃଷି ସମବାୟ ସମିତି ଓ ଏସ ଏଚ ଜି ମାଧ୍ୟମ ରେ ଧାନ କ୍ରୟ କରାଯିବ। ଜିଲ୍ଲା ର ୧୫୬ ଟି କେନ୍ଦ୍ର ରେ ଧାନ ସଂଗ୍ରହ କରାଯିବାକୁ ଥିବାବେଳେ ମେ ୬ ତାରିଖ ରେ ଅତାବିରା ଆର୍ ଏମ୍ ସି, ମେ ୧୨ ରେ ବରଗଡ଼ ଏବଂ ମେ ୧୫ ରୁ ପଦ୍ମପୁର ଆର୍ ଏମ୍ ସି ୟାର୍ଡ ଗୁଡିକ ରେ ଧାନ କ୍ରୟ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ମନୀଷା ବାନାର୍ଜୀ କହିଥିଲେ। ରବି ଋତୁର ଧାନ ସଂଗ୍ରହ ସମୟରେ ଚାଷୀ ଙ୍କ ଟୋକନ ଅବଧି ସୀମା କମ୍ ଥିବା ଦୃଷ୍ଟିରୁ ଯେଉଁ ମଣ୍ଡି ଗୁଡିକ ରେ ସାପ୍ତାହିକ ବଜାର ବ୍ୟବସ୍ଥା ନଥିବା ସେଠାରେ ସାତ ଦିନ ଯାକ ଧାନ କ୍ରୟ କରାଯିବ ବୋଲି କହିଥିଲେ। ଆସନ୍ତା ସମୟରେ ଅଦିନିଆ ବର୍ଷା,କରକା ପାତ, କାଳବୈଶାଖୀ, ରୁ ଚାଷୀ ଙ୍କ ଧାନର ସୁରକ୍ଷା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରିବାପାଇଁ ସେ ଆର୍ ଏମ୍ ସି କର୍ତ୍ତୃପକ୍ଷ ଙ୍କୁ ନିର୍ଦେଶ କରିଥିଲେ। ସେହିପରି ଗ୍ରୀଷ୍ମ ପ୍ରବାହ ଯୋଗୁଁ ମଣ୍ଡି ଗୁଡିକ ରେ ପାନୀୟଜଳ, ଆଲୋକ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ କରିଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ କୃତି ବାସ ରାଉତ, ଏସପି ରାହୁଲ ଜୈନ, ଚାଷୀ ପ୍ରତିନିଧି, ସାଂସଦ ପ୍ରତିନିଧି ସୁରେଶ୍ଵର ଶତପଥୀ, ବିଧାୟକ ପ୍ରତିନିଧି ପ୍ରଫୁଲ୍ଲ ନାୟକ,ମିଲର୍ସ ପ୍ରତିନିଧି ଜୟପ୍ରକାଶ ଲାଠ,। ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *