#Breaking News

ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ କୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ଭାବେ ପାଳନ କଲା ଯୁବକଂଗ୍ରେସ


ଫୁଲବାଣୀ -(ସୁନୀଲ ପଟନାୟକ )
ଆଜି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିନ କୁ ରାଷ୍ଟ୍ରୀୟ ବେ ରୋଜଗାର ଦିଵସ ଭାବେ ପାଳନ କଲା କଂଗ୍ରେସ l
ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ପୂର୍ବରୁ ବର୍ଷକୁ ୨କୋଟି ନିଯୁକ୍ତି ଦେବି କହି ନିର୍ବାଚନ ଜିଣିଲେ ଓ ପ୍ରଧାନମନ୍ତ୍ରୀ ହେଲାପରେ ଫୁଟପାଥ ରେ ଚାହା କି ପକୁଡି ବିକିଲେ ବି ଏକ ରୋଜଗାର ବୋଲି କହିଲେ l ବର୍ଷକୁ 2କୋଟି ନିଯୁକ୍ତି ଦେବା ପରିବର୍ତ୍ତେ 12କୋଟି ପିଲା ତାଙ୍କ ଭୁଲ ନିଷ୍ପତି ଯୋଗୁଁ ରୋଜଗାର ହରେଇବସିଲେ l
ଏହାକୁ ବିରୋଧ କରି ଜ଼ିଲ୍ଲା ଯୁବ କଂଗ୍ରେସ ପ କ୍ଷରୁ ଶୁକ୍ରବାର ଜ଼ିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ଚା ବିକ୍ରୀ କରି ପ୍ରତିବାଦ କରିଥିଲେ l
ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢ଼ୀ, କଂଗ୍ରେସ ନେତା ଘନ ଶବର ପ୍ରମୁଖ ନେତୃତ୍ୱ ନେଇଥିଲେ l

Leave a comment

Your email address will not be published. Required fields are marked *