#Breaking News #District

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୭ ତମ ଜନ୍ମ ଜୟନ୍ତୀ ଅବସରରେ ଆମ ପ୍ରତିଭା ଆମ ସମ୍ମାନ କାର୍ଯ୍ୟକ୍ରମ ରେ ବିଶିଷ୍ଟ ଶିକ୍ଷାବିତ୍ ଓ ସଫଳ ଚାଷୀଙ୍କୁ ସମ୍ମାନିତ

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଉପଖଣ୍ଡ ର କଙ୍କଡ଼ାହାଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୭୭ ତମ ଜନ୍ମ ଜୟନ୍ତୀ ଅବସରରେ ଆମ ପ୍ରତିଭା ଆମ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପୂର୍ବତନ ଅଧକ୍ଷ ତଥା କାର୍ଯ୍ୟକ୍ରମ ର ସମ୍ପାଦକ କାର୍ତ୍ତିକ ସାହୁ ଙ୍କ ଆୟୋଜନ ରେ ଆମ ପ୍ରତିଭା ଆମ ସମ୍ମାନ କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଥିଲା । ଏଥିରେ ଢେ଼ଙ୍କାନାଳ ସାଂସଦ ତଥା କାର୍ଯ୍ୟକ୍ରମ ର ପ୍ରତିଷ୍ଠାତା ମହେଶ ସାହୁ ଓ ପରଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ ,ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆମ ପ୍ରତିଭା ଆମ ସମ୍ମାନ କାର୍ଯ୍ୟକ୍ରମ ସମ୍ପକରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଉପସଭାପତି କୋଧଣ୍ଡ ଧର ସାହୁ , ଶିକ୍ଷାବିତ୍ ଶ୍ରୀମତୀ ପୁଷ୍ପଲତା ରଥ , ମହାବିଦ୍ୟାଳୟ ର ଅଧକ୍ଷ ପ୍ରସନ୍ନ କୁମାର ସାହୁ , ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ,ଭୁବନ ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ, କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ର ,କଙ୍କଡ଼ାହାଡ ବି ଡି ଓ ଯଶୋବନ୍ତ ଦେହୁରୀ ଓ ପ୍ରଶାସନ ଅଧିକାରୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଥିଲେ । ଏହି କାର୍ଯ୍ୟକ୍ରମ ରେ ୧୨୦ ଜଣ ଅବସର ପ୍ରାପ୍ତ ଶିକ୍ଷକ ଓ ଅଞ୍ଚଳର ସଫଳ ଚାଷୀ ଙ୍କୁ ସମ୍ମାନିତ ଓ ଉପଢୌକନ୍ ପ୍ରଦାନ କରାଯାଇ ଥିଲା ।ଢେ଼ଙ୍କାନାଳ ଜିଲ୍ଲା ରୁ ଅକ୍ଷୟ କୁମାର ନନ୍ଦ ଙ୍କ ରିପୋର୍ଟ ଉଦୟ ଲାବଣ୍ୟ News।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୭ ତମ ଜନ୍ମ ଜୟନ୍ତୀ ଅବସରରେ ଆମ ପ୍ରତିଭା ଆମ ସମ୍ମାନ କାର୍ଯ୍ୟକ୍ରମ ରେ ବିଶିଷ୍ଟ ଶିକ୍ଷାବିତ୍ ଓ ସଫଳ ଚାଷୀଙ୍କୁ ସମ୍ମାନିତ

Leave a comment

Your email address will not be published. Required fields are marked *