#Breaking News #Uncategorized

ମୋଦି ସରକାରର ସାତ ବର୍ଷ ପୂର୍ତ୍ତି ଅବସରରେ ମାସ୍କ ଓସାନିଟାଇଜର ବଣ୍ଟନ


ଫୁଲ ବାଣୀ- (ସୁନୀଲ ପଟ୍ଟନାୟକ)
କେନ୍ଦ୍ରରେ ମୋଦି ସରକାର ଙ୍କ ୭ ବର୍ଷ ପୂର୍ତ୍ତୀ ଅବସରରେ ବିଜେପି ଦଳ ପକ୍ଷରୁ ବିଭିନ୍ନ ସେବା ମୁଳକ କାର୍ଯ୍ୟ ହାତକୁ ନିଆଯାଇଥିଲା।
ଏହି ଉପଲକ୍ଷେ କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ ଓ ପୌରାଞ୍ଚଳ ମାନଙ୍କରେ ସେବା କାର୍ଯ୍ୟ କରାଗଲା ।
ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ମାନେ ବୁଲି ବୁଲି ମାସ୍କ, ସାନିଟାଇଜର, ପାଣି ଵୋଟଲ, ବିସ୍କୁଟ, ରନ୍ଧା ଖାଦ୍ୟ, ରାସନ ବାଣ୍ଟିବା ସହିତ କେତେକ ଯାଗାରେ ସ୍ଵଚ୍ଛଭାରତ କାର୍ଯ୍ୟକ୍ରମ କରିବାର ଦେଖାଯାଇଥିଲା ।
ସମସ୍ତ ଶକ୍ତିକେନ୍ଦ୍ର ପ୍ରମୁଖ ମାନେ ନିଜ ନିଜ ପଞ୍ଚାୟତରେ କାମ କରିଥିବା ବେଳେ ମଣ୍ଡଳ ସଭାପତି ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲେ ।
ଫୁଲବାଣୀ ନିର୍ବାଚନ ମଣ୍ଡଳୀରୁ ଜିଲ୍ଲା ସାଧାରଣ ସଂପାଦକ ଲିଙ୍ଗରାଜ ଦଳଵେହେରା ଓ ଜିଲ୍ଲା ଉପ-ସଭାପତି ରମେଶ ଚନ୍ଦ୍ର ମହାନ୍ତି ନେତୃତ୍ୱ ନେଇଥିଵା ବେଳେ ବାଲିଗୁଡ଼ା ଓ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ଜିଲ୍ଲା ସାଧାରଣ ସଂପାଦକ ଦ୍ବୟ ଦେବେନ୍ଦ୍ର କୁଦେଇ ଓ ମାନଗୋବିନ୍ଦ ପ୍ରଧାନ ନେତୃତ୍ୱ ନେଇଥିଲେ । ସର୍ବୋପରି ଜିଲ୍ଲା ସଭାପତି ଶ୍ରୀ ଜଗନ୍ନାଥ ସାହୁ ମାର୍ଗଦର୍ଶନ ଦେଇ ପରିଚାଳନାର ଦାୟିତ୍ଵ ନେଇଥିଲେ ।
ଫୁଲବାଣୀ ନଗର କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଭଗବାନ ମହାନ୍ତି ଓ ବିଧାୟକ ପ୍ରାର୍ଥୀ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେଵ ନାରାୟଣ ପ୍ରଧାନ, ଜିଲ୍ଲା ଉପ ସଭାପତି ଅଜିତ କୁମାର ପଟ୍ଟନାୟକ, ନଗର ସଭାପତି ସୁଶାନ୍ତ ମହାନ୍ତି, ଉପ ସଭାପତି ସମୀର ଘଟାଲ, ଯୁବମୋର୍ଚ୍ଚାରୁ ବିଶ୍ବରଂଜନ ଦାସ, ସୁଧାଂଶୁ ଗୁରୁ, ଜଗନ୍ନାଥ ସାହୁ, ରତନ ଚୌଧୁରୀ, ମୁକ୍ତିକାନ୍ତ ମହାନ୍ତି, ଶିବାଜି ଜେନା, ସନ୍ତୋଷ ସ୍ଵାଇଁ, ରଞ୍ଜିତ ମୁଖି ଏବଂ ଅନେକ ପ୍ରମୁଖ କାର୍ଯ୍ୟକର୍ତ୍ତା ଭାଗ ନେଇଥିଲେ ।

Leave a comment

Your email address will not be published. Required fields are marked *