#Exclusive

କ୍ୱାରେଣ୍ଟିନ୍‌ ସେଣ୍ଟରରୁ ଖସି ପଳାଇଥିଲେ, ଧରାପଡ଼ିଲେ

ଝାରସୁଗୁଡ଼ା: ଝାରସୁଗୁଡ଼ାର ଏକ କ୍ୱାରେଣ୍ଟିନ ସେଣ୍ଟରରୁ ଚମ୍ପଟ ମାରିଥିବା ଜଣେ ଅପରାଧୀକୁ ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତିଜଣକ ଗତକାଲି ରାତିରେ ସ୍ଥାନୀୟ ବିଟିଏମ ସ୍କୁଲ ପରିସରରେ ଥିବା କ୍ୱରେଣ୍ଟାଇନ ସେଣ୍ଟରରୁ ଫେରାର ହୋଇଯାଇଥିଲା ।୧୦ଦିନ ତଳେ ରାଉରକେଲା ନାଲାରୋଡ ଅଞ୍ଚଳର ସମ୍ପୃକ୍ତ ଅପରାଧୀ ଜଣକ ଆସି ଝାରସୁଗୁଡା ସହରାଞ୍ଚଳର ସରବେର୍ଣ୍ଣାରେ ଲୁଚି ରହିଥିଲା । ସ୍ଥାନୀୟ ଲୋକଙ୍କ ବିରୋଧ ପରେ ବିଟିଏମ ଫାଣ୍ଡି ପୋଲିସ ସମ୍ପୃକ୍ତ ଯୁବକକୁ ଧରିନେଇ କ୍ୱାରେଣ୍ଟିନ ସେଣ୍ଟରରେ ରଖିଥିଲା । ସମ୍ପୃକ୍ତ ଯୁବକଙ୍କ ସ୍ୱାବ ଟେଷ୍ଟ ପାଇଁ ପଠାଯାଇ ଥିବା ବେଳେ ସେ କ୍ୱାରେଣ୍ଟିନ ସେଣ୍ଟରରୁ ଫେରାର ହୋଇଯାଇଥିଲେ । ଆଜି ତାଙ୍କୁ ଗିରଫ କରାଯାଇଛି।ସୂଚନାଥାଉ କି, ଯୁବକ ଜଣକ ବିରୋଧରେ ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳର ଏକ ଅପରାଧ ମାମଲା ଥିବା ସୂଚନା ମିଳିଛି।

Leave a comment

Your email address will not be published. Required fields are marked *