#Breaking News #Uncategorized

ଖବର ପ୍ରକାଶ ପରେ ପୁର୍ତ୍ତ ବିଭାଗର ରାତି ଅଧିଆ ମରାମତି


ଫୁଲବାଣୀ-( ସୁନୀଲ ପଟ୍ଟନାୟକ) ଖବର ପ୍ରକାଶ ପାଇବାପରେ ଶୋଇ ରହିଥିବା ପରେ ଫୁଲବାଣୀ ପୁର୍ତ୍ତ ବିଭାଗ ହଠାତ ଚେଇଁ ଉଠିଛି। ରାତି ଅଧିଆ ଉପର ଠାଉରିଆ ଭାବେ ତାଳିପକା କାମ କରି କର୍ତ୍ତବ୍ୟ ସାରିଦେଇଛି । ଗତକାଲି ବୁ ଧବାର ରାତିରେ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ନିକଟ ଗୋପବନ୍ଧୁ ଛକ ଡିଭାଇଡର କାର୍ଯ୍ୟ ଅଧାପନୁରିଆ ତଥା ଉପରଠାଉରିଆଭାବେ କେବଳ ପିଚୁମିଶ୍ରିତ ଗୁଡ଼ି ଗଣ୍ଡା ଏ ପକାଇ ତା ଉପରେ ରୋଲର ବୁଲାଇ କାମ ସାରି ଦେଇଥିବା ସକାଳୁ ସକାଳୁ ଦେଖିବାକୁ ମିଳିଛି । ଫଳରେ ପୁର୍ତ୍ତ ବିଭାଗ ଭଳି ଏକ ଦାୟୀତ୍ଵ ସଂପନ୍ନ ବିଭାଗର ସହରର ମୁଖ୍ୟ ଛକରେଏଭଳି ଉପରଠାଉରିଆ କାର୍ଯ୍ୟକୁ ନାପସନ୍ଦ କରିଛନ୍ତି ବୁଦ୍ଧିଯିବୀ ତଥା ବରୀଷ୍ଟ ସାମ୍ବାଦିକ ନାରାୟଣ ସାହୁ, ସମାଜ ସେବୀ ଅଶୋକ ପରୀ ଡ଼ା.


ପୂର୍ବରୁ ସେଠାରେ ସୁନ୍ଦର ଭାବେ ନିର୍ମିତ ଏକ ଡିଭାଇଡର ଥିଲା। ଆଉ ଲୋକେ ଟ୍ରାଫିକ ନିୟମ ମାନି ଯାଆ ସ କରୁଥିଲେ। ଦୁର୍ଘଟଣା ମଧ୍ୟ ହେଉ ନ ଥିଲା। ତେବେ ଗତ ୨୦୧୯ରେ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ବେଳେ ଗାଡି ଯିବାପାଇଁ ଅସୁବିଧା ହେବା ଫଳରେ ଜିଲ୍ଲାପାଳଙ୍କ ଜାଣତରେ ଏହି ଡି ଭାଇଡରକୁ ତରବରିଆ ଭାବେ ଭାଙ୍ଗିଦେଇଥିଲେ ଆଉ ସେବେଠାରୁ ନିର୍ମାଣ ନ ହୋଇ ପଡି ରହିଥିଲା। ପୂର୍ବରୁ ଯେମିତି ଡିଭାଇଡର ଥିଲା ଏବେ ସେ ଭଳି ନିର୍ମାଣ କରିବାକୁ ଦାବୀ ହେଉଛି ।
ଲୋକଙ୍କ ସ୍ଵାର୍ଥ ଦୃଷ୍ଟିରୁ ଯୁବ ମ6ହାତ୍ସବ ସରିବାପରେ ନିର୍ମାଣ କରିବା କଥା। ତେବେ ପ୍ରଶାସନ ଏହାକୁ ବର୍ଷବର୍ଷ ଧରି ପକାଇ ରଖିଥିଲା। ଏବେ ବିଭିନ୍ନ ଗଣ ମାଧ୍ୟମ ରେ ପ୍ରକାଶ ପାଇବାପରେ ଚେତା ପଶୁଛି ବିଭାଗର । ସହର ମଧ୍ୟରେ ଯଦି ଏଭଳି ଅବସ୍ଥା ହେଲେଗ୍ରାମ। ଞ୍ଚଳରେ କିଭଳି କାମ ହେଉଥିବ ତାହା ସହଜରେ ଅନୁମେୟ।
ସେ ଯାହାହେଉ ଗଣମାଧ୍ୟମରେ ପ୍ରକାଶ ପାଇବାପରେ କିଛିଟା ତ କାମ ହୋଇପାରିଲା ଆଗକୁ ପୁରା କାମ କେବେ ହେଉଛି ତାହା ଦେଖିବାର କଥା।
ବିଭାଗର କିଛି ଦୁର୍ନିତୀ ଗ୍ରସ୍ତ ଯନ୍ତ୍ରୀଙ୍କ ପାଇଁ ପୁର୍ତ୍ତ ବିଦ୍ଭାଗ ରେ ନିମ୍ନମାନର ତଥା ଉପରଠାଉରିଆ ଭାବେ କାର୍ଯ୍ୟ ହେଉଥିବା ଶୁଣିବାକୁ ମିଳୁଛି । ଏଣୁ ଦୁର୍ନିତି ନିବାରଣ ବିଭାଗ ପକ୍ଷରୁ ପୁର୍ତ୍ତ ବିଭାଗ କାର୍ଯ୍ୟକଳାପ ଉପରେ ସତର୍କ ଦୃଷ୍ଟି ରଖ। ଯାଇ କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଯିବୀ ଓ ସ୍ଥାନୀୟ ଜନ ସାଧାରଣ ମତବ୍ୟକ୍ତ କରିଛନ୍ତି । ଫୁଲବାଣୀପୁର୍ତ୍ତ ବିଭାଗରେ ହେଉଥିବା ଦୁର୍ନିତୀର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନେଇ ବ୍ରହ୍ମପର ଭିଜିଲାନ୍ସ ଏସପି ଶାନ୍ତନୁ କୁମାରପାଢି ଙ୍କୁ ପରିବାରେ ସେ ପ୍ରମାଣ ସହ ଅଭିଯୋଗ ଆସିଲେ ତଦନ୍ତ କରି କIର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବ। ରେ ଅସୁବିଧା ନାହିଁ ବୋଲି କହିଛନ୍ତି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *