#Breaking News

ରାଇକିଆରେ କଂଗ୍ରେସର ମାରାଥନ ପ୍ରଚାର


ଫୁଲ ବାଣୀ(ସୁନୀଲ ପଟନାୟକ)
କନ୍ଧମାଳରାଇକିଆ ବ୍ଲକର ଦୁଇଟି ଜିଲ୍ଲାପରିଷଦ ଜୋନ ପାଇଁ ଶେଷ ପର୍ଯ୍ୟାୟ ୨୪ ତାରିଖରେ ହେବ ଭୋଟ। ଫଳରେ ସବୁ ଦଳର ପାର୍ଥୀମାନେ ନିଜନିଜ ସମର୍ଥକ ଓ ନେତାଙ୍କୁ ନେଇ ଦମଦାର ପ୍ରଚାର ଚଳାଇଛନ୍ତି।
କଂଗ୍ରେସ ମଧ୍ୟ ପଛରେ ପଡିନି। ଯୁବ ନେତା ପ୍ରତାପ ପ୍ରଧାନ, ଜିଲ୍ଲା ସଭାପତି ଅନାମନା ଏକ, ପ୍ରଭାରୀ ବିସ୍ମୟ ମହାପାତ୍ରଙ୍କ ସମେତ ବହୁ ନେତା ୧୮ନମ୍ବର ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ସପକ୍ଷରେ ଯୋରଦାର ପ୍ରଚାର ଚଳାଇଛନ୍ତି । ସେମାନେ ଇନ୍ଦ୍ରଗଡ,ରଣବା .କରଡ଼ା, ବାରବା ଆଦି ଦୁର୍ଗମ ପଞ୍ଚାୟତର ଗ୍ରାମଗୁଡିକୁ ଯାଇ କଂଗ୍ରେସ ସପକ୍ଷରେ ଭୋଟ ଦେବା ଲାଗି ଅନୁରୋଧ କରିଥିଲେ ।
ସେହିପରି ବିଜେଡି ଓ ବିଜେପି ନେତାମାନେ ମଧ୍ୟ ସେମାନଙ୍କ ପ୍ରାର୍ଥୀଙ୍କୁ ଭୋଟ ଦେବା ଲାଗି ପଚାର କରିଥିଲେ।
ବିଜେଡିର ବିଧାୟକସାଲୁଗା ପ୍ରଧାନ, ସାଂସଦ ,ପ୍ରମୁଖ ପ୍ରଚାର କରୁଥିବାବେଳେ ବିଜେପି ଜିଲ। ସଭାପତି ଜଗନ୍ନାଥ ସାହୁ ପ୍ରଚାର ମଙ୍ଗ ଧରିଛନ୍ତି ।
ତେବେ କିଏ ଜିତିବ ଆଉ କିଏ ହାରିବତାହା ଭୋଟ ଗ୍ରହଣ ପରେ ଜଣାପଡିବା

Leave a comment

Your email address will not be published. Required fields are marked *