#Breaking News #District

ପାଞ୍ଚଦଫା ଦାବୀନେଇ କାରାରକ୍ଷୀ ଙ୍କ ଆମରଣ ଅନଶନ

ବାଲିଗୁଡ଼ା ( ଉଲ୍ଲାପ୍ର )ସାରାରାଜ୍ୟରେ ପାଞ୍ଚଦଫା ଦାବୀନେଇ କାରାରକ୍ଷୀ ଙ୍କ ଆମରଣ ଅନଶନ ଆରମ୍ଭ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେ ଉପକାରାଗାର ସମ୍ମୁଖରେ କାରାରକ୍ଷୀ ଙ୍କ ଆମରଣ ଅନଶନ ଦେଖିବାକୁ ମିଳିଛି l ଗତ ତେର ତାରିଖଦିନ ଠାରୁ କାରାରକ୍ଷୀ କଳା ବ୍ୟାଚ ପରିଧାନ କରି ଆନ୍ଦୋଳନ କରୁଥିଲେ କିନ୍ତୁ କାରାରକ୍ଷୀ ଙ୍କ ଦାବୀ ସରକାର ନଶୁଣିବାରୁ ସୋମବାର ଠାରୁ କାରାରକ୍ଷୀ ପୁଣିଥରେ ଆନ୍ଦୋଳନ ପୂର୍ବକ ଆମରଣ ଅନଶନ ରେ ବସିରହିଛନ୍ତି l କାରାରକ୍ଷୀ ଙ୍କ ପାଞ୍ଚଦଫା ଦାବୀ ଗୁଡ଼ିକ ମଧ୍ୟରେ ପ୍ରମୁଖ ଦାବୀ ଗୁଡ଼ିକ ହେଲା କାରାରକ୍ଷୀ ଙ୍କ ଗ୍ରେଡ଼ ପେ 1900ଟଙ୍କା ରୁ 2000 ଓ ମୁଖ୍ୟକାରାରକ୍ଷୀ ଙ୍କ ଗ୍ରେଡ୍ ପେ 2000ରୁ 2400ଟଙ୍କା କୁ ବୃଦ୍ଧି l କାରାରକ୍ଷୀ ରୁ ମୁଖ୍ୟ କରାରକ୍ଷୀ ପଦବୀ ପାଇଁ ପଦୋନ୍ନତି ବରିଷ୍ଠତା ଭିତ୍ତିରେ 2012 କୁ ଲାଗୁ କରାଯାଉ l ଉପଖଣ୍ଡ ସ୍ତରରେ ବଦଳୀ ନିୟମ କୁ କୋହଳ କରାଯାଉ l ଖାଦ୍ୟ ଭତ୍ତା ପୋଲିସ୍ କର୍ମଚାରୀ ମାନଙ୍କ ଭଳି 400ଟଙ୍କା ରୁ 1400ଟଙ୍କା କୁ ବୃଦ୍ଧି କରାଯାଉ ଏବଂ ତେର ମାସିଆ ଦରମା ବୃଦ୍ଧି କରାଯାଉ l ସଭାପତି ପ୍ରଭାକର ମଲିକ ଙ୍କ ନେତୃତ୍ୱରେ ମୁଖ୍ୟ କାରାରକ୍ଷୀ ଅଭିମନ୍ୟୁ ମଲିକ ବିଘ୍ନରାଜ ଦେହୁରୀ ଗୌତମ କହଁର ଅଶୋକ ଜାନୀ ତ୍ରୟଲୋକନାଥ ଦିହୁଡ଼ି କାରାରକ୍ଷୀ ରଞ୍ଜନ କୁମାର ପାତାଳ ସିଂ ମହିଳା କାରାରକ୍ଷୀ ତିଳୋତ୍ତମା ସାହୁ ପ୍ରମୁଖ ଆମରଣ ଅନଶନରେ ବସିଥିବା ଦେଖିବାକୁ ମିଳିଛି l ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ସଭାପତି ପ୍ରଭାକର ମଲିକ କହିଛନ୍ତି l

Leave a comment

Your email address will not be published. Required fields are marked *