#Breaking News

ସରପଞ୍ଚ ପଦବୀ ପାଇଁ ଭାଇ ଭଉଣୀ ମଇଦାନରେ


ଫୁଲବାଣୀ(ସୁନୀଲ ପଟ୍ଟନାୟକ)
ସରପଞ୍ଚ ପଦବୀ ପାଇଁ ଭାଇ ଭଉଣୀ ନିର୍ବାଚନ ମଇଦାନରେ । ପାୱ। ର ଆଗରେ ସଂପର୍କକୁ ପଚାରେ କିଏ? ଫଳରେ ଏବେ ପ୍ରଚାରରେ ଭାଇଭଉଣୀ ମୁହାମୁହିଁ ହୋଇଛନ୍ତି ।
ଏ ଭଳି ରୋଚକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ ଅନ୍ତର୍ଗତ ଗଞ୍ଜୁଗୁଡ଼ା ପଞ୍ଚାୟତରେ। ଭାଇ ଗୋଲକ ବିହାରୀ କହଁର ଜଣେ ଇଂଜିନିୟର, , Iସେ ବାହାରେ କଂପାନୀରେ ଚାକିରି କରିଥିଲେ। କରେ । ନା ମହାମାରୀ ପାଇଁ ଚାକିରି ଛାଡି ଗତବର୍ଷ ନିଜ ଜମିରେ ପନି ପରିବା ଚାଷ ଆରମ୍ଭ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଥିଲେ । ଆଉ ଗାଁରେ ଲୋକଙ୍କ ସେବା କରିବା ସହ ଗ୍ରାମର ଉନ୍ନତି କରିବା ଲକ୍ଷ୍ୟ ନେଇ ଗୋଲକ ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ଵନ୍ଦିତା କରିବାକୁ ମନବଳାଇଥିଲେ । ତେବେ ତାଙ୍କ ଭଉଣୀ ସୌଦାମିନୀ କହଁର ମଧ୍ୟ ନିର୍ବାଚନ ରଣାଙ୍ଗନରେ ‘ଓହ୍ଲାଇଛନ୍ତି । ଫଳରେ ବିଜୟୀ କିଏ ହେବ ତାହା ଭୋଟ ଗଣତି ପରେ ଜଣାପଡିବା ଗୋଲକ ନିଜ ଶିକ୍ଷାଗତ ଯୋଗ୍ୟତା ଓ ସମାଜସେବାକୁ ପାଥେୟକରି ଭୋଟ ଭିକ୍ଷା କରୁଛନ୍ତି । ସୌଦା ମିନି ମହିଳା ଭୋଟରମାନଙ୍କୁ ପ୍ରଭାବିତ କରି ଭୋଟ ହାତେଇବା ଲାଗି ଉଦ୍ୟମ କରୁଥିବା କହିଛନ୍ତି। ତେବେ ଗୋଟିଏ ପରିବାରର ଦୁଇ ଭାଇ ଭଉଣୀ ଆମନା ସାମନି ଲଢେଇ ଗଞ୍ଜୁଗୁଡ଼ା ଗ୍ରାମର ଭୋଟରମାନଙ୍କ ଭିତରେ ଉତ୍କଣ୍ଠା ପ୍ରକାଶ ପାଇଛି ।

Leave a comment

Your email address will not be published. Required fields are marked *