#Breaking News

ମା ନାରାୟଣୀ ଯାତ୍ରା ପାଇଁ ଶୁଭଖୁଣ୍ଟି ପ୍ରତିଷ୍ଠା

ଫୁଲବାଣୀ(ସୁନୀଲ ପଟନାୟକ )
ଫୁଲବାଣୀ ର ପ୍ରସିଦ୍ଧ ମା ନାରାୟଣୀ ଙ୍କ ଯାତ୍ରା ପାଇଁପବିତ୍ର ପଣା ସଂକ୍ରାନ୍ତି ଅବସରରେ ଆଜି ଯାତ୍ରାପଡିଆ ଠାରେ ଶୁଭ ଖୁଣ୍ଟି ପ୍ରତିଷ୍ଠା କରାଯାଇଥିଲା l
ଆଜି ସକାଳ ୭ଟା ବେଳେକମିଟି ସଦସ୍ୟ ଓ ଭକ୍ତ ମାନେ ମିଶି ଫୁଲବାଣୀ ସହରର ର ଏଫ୍. ସି. ଆଇ ନିକଟରୁ ଜଣେ ଭକ୍ତ ଙ୍କ ବାଡି ରଥିବା ବାଉଁଶ କୁ ପୂଜାଅର୍ଚନାକରିବା ପରେ କଟାଯାଇ ଅଣା ଯିବାପରେ ଯାତ୍ରା ପଡିଆ ଠାରେ ଶୁଭଖୁଣ୍ଟି କୁ ପ୍ରତିଷ୍ଠା କରାଯାଇଥିଲା lଏଇ ଅବସରରେ ଉପଜିଲାପାଳ ଶେଷ ଦେବ ମିଶ୍ର, ଯାତ୍ରାକମିଟି ସଭାପତି ପି .ସୁଧାଂଶୁ ସେନାପତି,ପୋୖରାଧ୍ୟାକ୍ଷା ସ୍ମିତା ମହାନ୍ତି, ଉପସଭାପତି ସୁଜିତ ବେହେରା ଙ୍କ ସମେତ ସମସ୍ତ କର୍ମକର୍ତା, କାଉନସିଲର, ଭକ୍ତ, ଓ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ l କରୋନା କଟକଣା ପାଇଁ ଯାତ୍ରା ହୋଇପାରିନଥିଲା l
ଚଳିତ ବର୍ଷ ସରକାର କରୋନା କଟକଣା ଉଠାଇ ଦେଇଥିବା ରୁ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା l
ପ୍ରଶାସନର ଅନୁମତି ପରେ ଅକ୍ଷିତୃତୀୟା ଠାରୁ ମା ନାରାୟଣୀ ଙ୍କ ମନ୍ଦିରରୁ ଆଜ୍ଞାମାଳ ଆଣିବା ପରେ ଆରମ୍ବ ହେବ ଯାତ୍ରା lଏ ବର୍ଷ ପଞ୍ଚବିଂଶ ତମ
ଯାତ୍ରା ହେଉଥିବା ରୁ ଏହି ଯାତ୍ରା ଯେପରି ଜାକଜକମ ର ସହ ଶାନ୍ତି ଶୃଙ୍ଖଳା ରସହ ଅନୁଷ୍ଠିତ ହେବ ସେଥି ପ୍ରତି ସ୍ୱତନ୍ତ୍ର ଦ୍ରୁଷ୍ଟି ଦିଆଯାଉଥିବା ସଭାପତି ଶ୍ରୀ ସେନାପତି କହିଛନ୍ତି l

Leave a comment

Your email address will not be published. Required fields are marked *