#Uncategorized

‘ସୁନ୍ଦରୀ’କୁ ନେବାକୁ ଆସୁଛି ଟିମ୍‌, ସ୍ୱାସ୍ଥ୍ୟ ପରୀକ୍ଷା ପରେ ସ୍ୱତନ୍ତ୍ର ଗାଡ଼ିରେ ମଧ୍ୟପ୍ରଦେଶ ଫେରାଇନେବେ


ଭୁବନେଶ୍ୱର,୨୦/୦୩: ବାନ୍ଧବଗଡ଼ର ବାଘୁଣୀ ତଥା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ବିଫଳ ନାୟିକା ‘ସୁନ୍ଦରୀ’ ଫେରିଯିବ । ସୁନ୍ଦରୀକୁ ନେବାକୁ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ରପ୍ରକଳ୍ପରୁ ଏକ ଟିମ୍‌ ଆସୁଛି । ଆଜି ସେମାନେ ସାତକୋଶିଆରେ ପହଞ୍ଚିବେ । ପ୍ରଥମେ ସେମାନଙ୍କ ସହ ଆସିଥିବା ଡାକ୍ତରଙ୍କ ଦ୍ୱାରା ସୁନ୍ଦରୀର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଯଦି ସୁନ୍ଦରୀ ସୁସ୍ଥ ଥିବ ତେବେ ୩/୪ ଦିନ ମଧ୍ୟରେ ତାକୁ ସ୍ୱତନ୍ତ୍ର ଗାଡ଼ିରେ ଫେରାଇ ନିଆଯିବ ।
ସୁନ୍ଦରୀକୁ ପ୍ରଥମେ ମଧ୍ୟପ୍ରଦେଶର ‘ଘୋରେଲା’ରିୱାଇଲ୍‌ଡ଼ିଂ ସେଣ୍ଟର୍‌କୁ ନିଆଯିବ । ସେଠାରେ ପୁଣି ତା’ର ଜଙ୍ଗଲୀ ପ୍ରକୃତିକୁ ଫେରାଇ ଅଣାଯିବା ପାଇଁ ଉଦ୍ୟମ କରାଯିବ । ଏଥିପାଇଁ କାହ୍ନା ବ୍ୟାଘ୍ର ପ୍ରକଳ୍ପର ସହକାରୀ ନିର୍ଦ୍ଦେଶକ, ଜଣେ ଡାକ୍ତରଙ୍କ ସହ ଅନ୍ୟ ୫ଜଣ କର୍ମଚାରୀ ସାତକୋଶିଆକୁ ଆସୁଛନ୍ତି । କାହ୍ନା ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକ ସଞ୍ଜୟ ସିଂହ ଏହି ସୂଚନା ଦେଇଛନ୍ତି ।

Leave a comment

Your email address will not be published. Required fields are marked *