#Breaking News #Uncategorized

ବାଲିଗୁଡା:ପଥଚାରୀଙ୍କୁ ସମାଜସେବୀ ପଣା ବଣ୍ଟନ କଲେ


ବାଲିଗୁଡା,୧୪/୦୪(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର ରାଜ୍ୟରେ ଦିନକୁ ଦିନ ପ୍ରବଳ ଖରା ଓ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଯୁବ ସମାଜ ସେବୀ ଦୀପକ କୁମାର ପଣ୍ଡା ଟାଉନର ପିଡବ୍ଲୁଡି ଛକ ନିକଟରେ ଶୁଭଲଷ୍ମୀ ନାମରେ ଏକ ପଣା ଷ୍ଟଲ ଖୋଲିଛନ୍ତି | ଏହି ପଣା ଷ୍ଟଲ ପ୍ରତ୍ୟେକ ସୋମବାର, ଗୁରୁବାର ଓ ଶନିବାର ଦିନ ସକାଳ ୭ ଘଣ୍ଟ ଠାରୁ ଆରମ୍ଭ ହୋଇ ଦିନ ୧ ଘଣ୍ଟ ପର୍ଯ୍ୟନ୍ତ ବିନା ମୂଲ୍ୟରେ ଲୋକଙ୍କୁ ପଣା ବଣ୍ଟନ କରାଯାଇଥାଏ | ଏହି ପଣା ବଣ୍ଟନ କାର୍ଯ୍ୟକ୍ରମ ଆଗକୁ ଦୀର୍ଘ ତିନି ମାସ ଯାଏ ଜାରି ରହିବ ବୋଲି ସମାଜ ସେବୀ ଶ୍ରୀ ପଣ୍ଡା ମତ ପ୍ରକାଶ କରିଛନ୍ତି |ଏହି ପଣା ବଣ୍ଟନ ରେ ଯଦି କେହି ସ୍ୱେଚ୍ଛାସେବୀ ସାହାର୍ଯ୍ୟ କରିବାକୁ ଚାହାଁନ୍ତି ତେବେ ତାଙ୍କୁ ସାହାର୍ଯ୍ୟ କରିପାରିବେ ବୋଲି ମଧ୍ୟ କହିଛନ୍ତି |

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *