#Uncategorized

ବକେୟା ପାଉଣା ଦାବିରେ ବନପାଳଙ୍କ କାର୍ଯ୍ୟାଲୟରେ ତାଲା ଠୁଙ୍କିଲେ ଉତ୍ୟକ୍ତ ଲୋକେ


ଫୁଲବାଣୀ -(ସୁନୀଲ ପଟନାୟକ )
ମାସେ କି ଦୁଇ ମାସ ନୁହେଁ ଦୀର୍ଘ ବର୍ଷେ ହେଲା ପାଉଣା ପାଇଁ ଦୌଡ଼ି ଦୌଡ଼ି ଶେଷରେ ନିରାଶ ହେବା ପରେ ବାଧ୍ୟ ହୋଇ ଉତୟକ୍ତଲୋକେ ବନପାଳ ଙ୍କ କାର୍ଯ୍ୟା ଲୟ ରେ ଶୁକ୍ରବାର ତାଲା ଠୁଙ୍କି ଦେଇଛନ୍ତି l
ଏଭ ଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜ଼ିଲା ବାଲିଗୁଡା ବନଖଣ୍ଡ ଅଧୀନ କୋଟଗଡ ରେଞ୍ଜ ଅନ୍ତର୍ଗତ ଶ୍ରୀରାମ ପୁର ବନ ପାଳ ଙ୍କ କାର୍ଯ୍ୟାଳୟ ରେ ତାଲା ପକାଇବାସହ କାର୍ଯ୍ୟା ଲୟ ସମୁଖରେଦୀର୍ଘ ସମୟ ଧରି ଧାରଣା ରେ ବସିଥିଲେ. ।
ଗ୍ରାମର ବହୁ ମହିଳା ପୁରୁଷ ଗତବର୍ଷ କାମ୍ପାଯୋଜନାରେ ଚାରା ଉତ୍ପାଦନ ଓ ବୃକ୍ଷରୋପଣ କାର୍ଯ୍ୟରେ ନିୟୋଜିତ ଥିଲେ। ହେଲେ ଇତିମଧ୍ୟରେବର୍ଷେ ବିତିଯାଇଥିଲେ ମଧ୍ୟ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ପାଉଣା ମିଳିନାହିଁ।
ସେମାନେ ପାଉଣା ଗଣ୍ଡାକ ପାଇଁ ବାରମ୍ଵାର ଫରେଷ୍ଟରଙ୍କୁ ଅନୁରୋଧ କରିଥିଲେ ମଧ୍ଯ ଫରେଷ୍ଟର ଆଜି ଦେବି କାଲି ବୋଲି ମାସ ମାସ ଧରି ଗଡାଇ ଚାଲିଥିବା ରୁ ଉତ୍ୟକ୍ତ ଗ୍ରାମବାସୀ ଶେଷରେ ବନପାଳଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଥିଲେ।ବନପାଳ ଲୋକେ ଧାରଣାରେ ବସିଥିବା ଖବର ପାଇ ଲୁଚି ପଳାଇଥିବା କୁହାଯାଉଛି। କୋଟଗଡ଼ ବନବିଭାଗ ଦାୟିତ୍ଵରେ ଥିବା ରେଜଂର ମଧ୍ୟ କୌଣସି ପଦ କ୍ଷେପ ନେଇ ନ ଥିବା ଅଭିଯୋଗ ହେଉଛି । ବାଲିଗୁଡ଼ା ଡିଏଫ୍ ଓ ଏହି ପ୍ରତି ଦୃଷ୍ଟିଦେଇ ତୁରନ୍ତ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି । ଅନ୍ୟଥା ସେମାନେ କୋଟଗଡ ରେଜଂ ଅଫିସ ମଧ୍ୟ ଘେରାଉ କରିବେ ବୋଲି ଧମକ ଦେଇଛନ୍ତି ।ଏ ନେଇ କୋଟଗଡ ରେଞ୍ଜ ଅଫିସର ଙ୍କ ପ୍ରତି କ୍ରିୟା ନେବାଲାଗି ଫୋନ କରିବା ରେ ସେ ନେଟ ୱାର୍କ ବାହାରେ ଥିବା ଫଳରେ ମତାମତ ମିଳିପାରିନାହିଁ l

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *