#Uncategorized

ପରି ହତ୍ୟାକାଣ୍ଡ ନେଇ ରାୟଗଡା ଏସପି ଙ୍କ ଅଫିସ ଆଗରେ କଂଗ୍ରେସ ର ଧାରଣା


ରାୟଗଡା(ଉଲାପ୍ର) ପରି ହତ୍ୟା ମାମଲାରେ ରାୟଗଡା ଜିଲ୍ଲା କଂଗ୍ରେସର ରାୟଗଡା ଜିଲ୍ଲା SP ଙ୍କ କାର୍ଯ୍ୟାଳୟ ଆଗରେ ଗଣ ଧାରଣା । ଆଜି ରାୟଗଡା ଜିଲ୍ଳା କଂଗ୍ରେସର ଜିଲ୍ଲା ସଭାପତି ଦୁର୍ଗା ପ୍ରସାଦ ପଣ୍ଡାଙ୍କ ନେତୃତ୍ୱରେ ମହିଳା କଂଗ୍ରେସ କର୍ମୀ ସମେତ ଶତାଧିକ କଂଗ୍ରେସ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ରାୟଗଡା SP ଙ୍କ କାର୍ଯ୍ୟାଳୟ ରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି।କୁନି ଝିଅ ପରି ସମେତ ଅନ୍ୟାନ୍ୟ ଶିଶୁଙ୍କ ନିର୍ମମ ହତ୍ୟା ଘଟଣାରେ ପ୍ରକୃତ ଦୋସୀଙ୍କୁ ଧରିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ବେଳେ ପରି ହତ୍ୟାକାରୀକୁ ମନ୍ତ୍ରୀ ଅରୁଣ ସାହୁ ଘଣ୍ଟ ଘୋଡାଉଥିବା ଅଭିଯୋଗ କରି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛି ଜିଲ୍ଲା କଂଗ୍ରେସ।

Leave a comment

Your email address will not be published. Required fields are marked *