#Breaking News

ଆବାସ ଯୋଜନାରେ ମିଳୁନି ଘର ପଲିଥିନ ଟଙ୍ଗା ଘରେ କଟୁଛି ଦିନ


ଫୁଲବାଣୀ -(ସୁନୀଲ ପଟ୍ଟନାୟକ )କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ କୋଟି କୋଟି ଅର୍ଥ ବ୍ୟୟ କରୁ ଛନ୍ତି l ସେହିପରି ସରକାର ଲୋକଙ୍କ ପାଇଁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କାହିଁ କେତେ କଣଯୋଜନା କରିଛନ୍ତି l ହେଲେସରକାରୀ କଳର ଉଦାସୀନତା ହେଉ ଅବା ରାଜନୈତିକ ଇଛା ଶକ୍ତିର ଅଭାବରୁ ପ୍ରକୃତ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି l ଏହାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳଜ଼ିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରା ଖୋଲ ଗ୍ରାମର ଗୌରୀଶଙ୍କର ପ୍ରଧାନଙ୍କ କ୍ଷେତ୍ରରେ l
ଚକାପାଦ ବ୍ଲକର ଶଙ୍କରା ଖୋଲ ଗ୍ରାମର ଗୌରୀ ଶଙ୍କର ପ୍ରଧାନ,I ସ୍ତ୍ରୀ ଓ ଦୁଇପିଲା କୁ ନେଇ ଭଙ୍ଗା ଦଦରା ଝାଟିମାଟି କାନ୍ଥ ଉପରେ ପଲିଥିନ ଟାଙ୍ଗି ରହୁ ଛନ୍ତି ଗୌରୀଶଙ୍କର ।
ବର୍ଷ । ଟିକିଏ ହେଲେ ପାଣି ଗଳୁଛି ସାରା ଘରେ । କେତେବେଳେ ଯେ ଭୁଷୁଡି ପଡିବ କହି ହେବନି । ଫଳରେ ଗୌରୀଶଙ୍କରଙ୍କ ଦୁଇଟି ଝିଅ।ଗୋଟିଏ ମାମୁ ଘରେ ରହୁଥିବା ବେଳେ ଆର ଜଣକ ହଷ୍ଟେଲରେ ରହି ପାଠ ପଢୁଛି ।
ଏପଟେ ଗୌରୀଶଙ୍କର ଓ ସ୍ତ୍ରୀ ରୀନା ପ୍ରଧାନ ଉଭୟ ମାନସୀକ ଅନଗ୍ରସର । ଜଙ୍ଗଲରୁ ଉଭୟେ ଝାଟି ସଂଗ୍ରହ କରି ବିକ୍ରିକରି ଚଳୁଛନ୍ତି

ସରକାରଙ୍କ ତରଫରୁ କେବଳ ୩୫ କିଲୋଗ୍ରାମ ଚାଉଳ ଭତ୍ତା ମିଳୁଛି ସତ କିନ୍ତୁ ସେତକ ରେ ଚଳିବା ପର୍ଯ୍ୟାପ୍ତ ନୁହେଁ l
ଭଙ୍ଗା ଦଦରା ଚାଳ ସେ ପୁଣି ଉତୁରି ଗଲାଣି। ଆରଆଇବାକୁଙ୍କ ଦୟାରୁ ପଲିଥିନ ଖଣ୍ଡିଏ ମିଳିବାରୁ ଘର ଉପରେ ପକାଇ ଛନ୍ତି ଗୌରୀଶଙ୍କର। ଏଣେ କାନ୍ଥ ବୋଲି କିଛି ନାହିଁ l ହେଲେ ବର୍ଷା ଦିନ ଆସିଲେ କଥା ସରିଲା l ଭୟରେ ଘରେ ରହୁନାହାନ୍ତି l ପର ପିଣ୍ଡାରେ କଟୁଛି ଦିନ l
ଏନେଇ ଗୌରୀଶଙ୍କରଓ ସ୍ତ୍ରୀ ରୀନା ବହୁବାର ପଂଚାୟତ ଅଫିସ ଓ ବ୍ଲକ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ ଫଳ ଶୁ ନ l

ଜ଼ିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଅସହାୟ ଗୌରୀଶଙ୍କରଙ୍କୁ ଘର ଖଣ୍ଡିଏ ଯୋଗାଇ ଦେଲେ ବାକି ଜୀବନ ଅନ୍ତତଃ ଭଲ ରେ କଟିଥାନ୍ତା ବୋଲି ଗ୍ରାମବାସୀ କହିଛନ୍ତି।
ଏନେଇ ଚକାପାଦ ବିଡିଓଅନିଲ ପଟନାୟକ ଙ୍କୁ ପଚାରିବାରେ ସେ କରେ । ନା ପାଇଁ ଆବାସ ଘର ନେବାରେ ସମସ୍ୟା ହୋଇଥିଲା ଏବେ ଯାହାର ଘର ନାହିଁ ସେମାନଙ୍କର ତାଲିକା ପ୍ରସ୍ତୁତ କରାଯାଇଛି। ଘର ଆସିଲେ ନିଶ୍ଚିତ ଯୋଗାଇ ଦିଆଯିବ ବୋଲି କହିଛନ୍ତି

ତେବେ ଏହି ଅସହାୟ ପରୀବାରକୁ କେବେ ପ୍ରଶାସନ ପକ୍ଷରୁ ଘର ଯୋଗାଇଦିଆଯିବ ତାହା ଦେଖିବାର କଥା l
ଜ଼ିଲ୍ଲା ପ୍ରଶାସନ ଏଥି ପ୍ରତି ଦ୍ରୁଷ୍ଟି ଦେବାକୁ ସ୍ଥା ନୀୟ ଲୋକେ ଦାବି କରିଛନ୍ତି l

Leave a comment

Your email address will not be published. Required fields are marked *