#Breaking News

ଲଖନପୁର ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଭିନ୍ନକ୍ଷମ ଚିହ୍ନଟ ଶିବିର


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ଲଖନପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଆଜି ଗ୍ରାମ ପଞ୍ଚାୟତ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ଚିହ୍ନଟ ଶିବିର ଆୟୋଜିତ ହୋଇଯାଇଛି। ସ୍ବାସ୍ଥ୍ୟ କେନ୍ଦ୍ର ର ମେଡିକାଲ ଅଫିସର ଡାକ୍ତର ଦୁର୍ଗା ପ୍ରସାଦ ଦାସ ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଆୟୋଜିତ ଉକ୍ତ ଶିବିର ରେ ଦୁଇ ଶହ ଜଣ ଯୋଗ ଦେଇଥିଲେ। ସେଥି ମଧ୍ୟରୁ ୭୫ ଜଣ ଭିନ୍ନକ୍ଷମଙ୍କୁ ଚିହ୍ନଟ କରାଯିବା ସହ ପରିଚୟପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମଧୁବାବୁ ପେନସନ ଯୋଜନା,ବାଣିଶ୍ରୀ ପେନସନ ଯୋଜନା, ସହାୟକ ଉପକରଣ, ବିବାହ ପ୍ରୋତ୍ସାହନ ସହାୟତା ବିଷୟରେ ଭିନ୍ନକ୍ଷମ ମାନଙ୍କୁ ସଚେତନ କରାଯାଇଥିଲା। ପରେ ଲଖନପୁର ସରପଞ୍ଚ ବୃନ୍ଦାବତୀ ମେହେର, ଅମ୍ବାଭୋନା ବ୍ଲକ ଉପାଧ୍ୟକ୍ଷ ଠାକୁର ରାମ ପଟେଲ, ହୃଷିକେଶ ପଧାନ,ପିଇଓ ରିଙ୍କୁ ଭୁଜ, ମହିମା ସାହୁ, ଟୀକା ରାମ ନାଏକ ପ୍ରମୁଖ ଉପସ୍ଥିତ ରହି କାର୍ଡ ବଣ୍ଟନ କରିଥିଲେ।

Leave a comment

Your email address will not be published. Required fields are marked *