#Breaking News #District

ଲାଞ୍ଚ ନେବା ମାମଲାରେ ବ୍ଲକ ଶିକ୍ଷା ବିଭାଗ ବରିଷ୍ଠ କିରାଣୀ ଙ୍କୁ ୩ ବର୍ଷ ଜେଲ ଓ ଜରିମାନା


ଫୁଲବାଣୀ (ସୁନୀଲ ପଟନାୟକ )
ଏକ ଲାଞ୍ଚ ଗ୍ରହଣ ମାମଲା ର ସାଖ୍ୟ ପ୍ରମାଣ କୁ ଭିତ୍ତି କରି ଫୁଲବାଣୀ ଭିଜିଲାନ୍ସ କୋର୍ଟ ବିଚାର ପତି ସମର ବିଳାସ ବେହେରା ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ହରଭଂଗା ବିଈଓ ଅଫିସ ର ତତ୍କାଳୀନ ବରିଷ୍ଠ କିରାଣୀ ଚତୁର୍ଭୁଜ ଖମାରି ଙ୍କୁ ତିନିବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେବାସହ ପାଞ୍ଚହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ଜରିମlନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି l
ସୂଚନା ଯୋଗ୍ୟ ଯେ, ଗତ 4/12/2019ରେ ହରଭଂଗା ବ୍ଲକ ର ଭାବlପୁର ଗ୍ରାମର କୌଶଲ୍ୟା ଟା ମୁକୀଆ ଙ୍କ ଠାରୁ ତାଙ୍କ ବୋହୁନର୍ମଦା ଟାମୁ କିଆ ଙ୍କ ପରିବାର ପେନସନ ଟଙ୍କା କରେଇଦେବାଲାଗି ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ l
ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ 33/19&GR16/19u/s7ammended pc Act. 2018.ରେ ମାମଲା ରୁଜୁ କରିଥିଲା l
ଏହି ମାମଲାର ୧ ୨ ଜଣ ସାକ୍ଷୀ ଙ୍କ ପଚରା ଉଚୁରା କରିବା ପରେ ଭିଜିଲାନ୍ସ ସ୍ୱତନ୍ତ୍ର ଜଜ ସମରବିଳାସ ବେହେରା ଉପରୋକ୍ତ ରାୟ ଶୁଣାଇଛନ୍ତି lବରିଷ୍ଠ ଆଇନଜୀବୀ ଭି ଭି ରାମ ଦାଶ ସରକାରଙ୍କ ପକ୍ଷରୁ ମକ ଦମା ପରିଚାଳନା କରୁଥିଲେ l

Leave a comment

Your email address will not be published. Required fields are marked *