#Breaking News #Uncategorized

ସ୍ଵେଛା ସେବୀ ସଂସ୍ଥା ଜନ ବିକାଶପକ୍ଷରୁ କରୋନା ସଚେତନତା


ଫୁଲବାଣୀ -(ସୁନୀଲ ପଟନାୟକ )
କନ୍ଧମାଳ ଜ଼ିଲା କ. ନୂଆଗାଁ ଠାରେ ଥିବା ସ୍ଵେଛା ସେବୀ ସଂଗଠନ ଜନ ବିକାଶ ଓ ସରକାରୀ ଅଧିକାରୀ ମାନଙ୍କ ମିଳିତ ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ ସମେତ କ, ନୂଆଗାଁ ବ୍ଲକ ର ବିଭିନ୍ନ ଗ୍ରାମ ମାନଙ୍କରେ କୁଇ ଗୀତ ଓ ପ୍ରଚାର ମାଧ୍ୟମରେ ଲୋକମାନଙ୍କୁ ସଚେତନ ବାର୍ତା ଦେବାସହିତ 45 ବର୍ଷ ରୁ ଉର୍ଦ୍ଧ୍ବ ବାପା,ମା ମାନଙ୍କୁ କରୋନା ଟୀକା ନେବା ପାଇଁ ବୁଝାଇ ଟୀକା ଦିଆଯାଉଛି l
ଏଭଳି ସିର୍ତ୍ତିଗୁଡା, ଜିରିଦି କିଆ, ମହାସିଙ୍ଗ, ଜିଡୁବାଦୀ, ନୂଆଗାଁ, ବାଲିଗାଡ଼ା,ଲେଟିଙ୍ଗିଆ, ସାରଂଗଡ, ସାଇନପଡା,ମଗଡ଼ଙ୍ଗୀଆ, କୁଡୁଟୁଲି, ଚାଚେଡ଼ି ଓ ସିର୍ତ୍ତିଗୁଡା ଗାଁରେ ଟୀକା କରଣ ଚାଲିଛି ଓ ଆଗକୁ ଜାରି ରହିବ , ଏହି ଟୀକା ଦିନକୁ 120 ଜଣକୁ ଦିଆଯାଉଛି ଓ ଟୀକା ଦେବାପାଇଁ ଦୁଇଟି ଦଳ ଗଠନ କରାଯାଇଛି । ବୃଦ୍ଧ ବାପା ଓ ମା ମାନେ ଟୀକା ନେବାବେଳେ ଜନ ବିକାଶ ପକ୍ଷରୁ ସାବୁନ, ମାସ୍କ, ସାନିଟାଇଜର, ଦେବା ସହିତ ସେମାନେ ଯେପରି ଘରେ ରହିବେ ଓ ସୁରକ୍ଷିତ ରହିବେ ତାହା ଜନ ବିକାଶ କର୍ମୀ ମାନେ ଉତ୍ତମ ଭାବେ ମାଇକ ମାଧ୍ୟମରେ ବୁଝିଲା ଭଳି କୁଇ ଓ ଓଡ଼ିଆ ଭାଷାରେ ବୁଝାଉଛନ୍ତି । ଜନ ବିକାଶ ଦ୍l ରା ପ୍ରସ୍ତୁତ କରାଯାଇଥିବା କରୋନା ସଚେତନ ଗୀତ ବେଶ ଲୋକମାନଙ୍କୁ ଆକର୍ଷଣ କରିବା ସହିତ ଟୀକା ନେବାକୁ ସେମାନେ ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଇଥିଲା । ଏଭଳି କାର୍ଯ୍ୟ ଓ ସଚେତନ ତା ପାଇଁ ବ୍ଲକ ଉନ୍ନୟନ ଅଧିକାରୀ ଶରତ କୁମାର ପାତ୍ର, ସି,ଡି, ପି,ଓ ଶ୍ରୀମତୀ ଦ୍ରୌପତି କହଁର, ଜନ ବିକାଶ ନିର୍ଦେଶକ ମଦନ ସୁଆଲ ସିଂ , ଡ଼, କରିସ୍ମା ନାୟକ ଓ ସ୍ବେଛାସେବୀ ସଚ୍ଚିଦାନନ୍ଦ ମାଝି, ସଦାନନ୍ଦ ପରସେଟ ଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ଲୋକମାନେ ସୁବିଧା ଓ ସୁନ୍ଦର ଭାବେ ଟୀକା ଗ୍ରହଣ କରିପାରୁଛନ୍ତି ଏଥିପାଇଁ ସମସ୍ତ କରୋନା ଯୋଦ୍ଧା ମାନକୁ ଜନସାଧାରଣ ମାନେ ଭୁରି ଭୁରି ପ୍ରସଂଶା କରୁଛନ୍ତି ।

Leave a comment

Your email address will not be published. Required fields are marked *