#Uncategorized

ସଂକ୍ଷେପରେ ଖବର

➡️୧-ଆଜିଠୁ ରାଜ୍ୟରେ ଖୋଲିବ ସ୍କୁଲ,କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ‌ଯିବେ। ଆଜିଠାରୁ ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ପରୀକ୍ଷା ଦେବାକୁ ଥିବା ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏପ୍ରିଲ ୨୮ପର୍ଯ୍ୟନ୍ତ ହେବ।

➡️୨-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା କରିବାକୁ ଷକ୍ଷଯନ୍ତ୍ର । ଏ ନେଇ ନବୀନ ନିବାସକୁ ଏକ ବେନାମୀ ଚିଠି ଆସିଛି। ତେବେ ଚିଠିଟି ପ୍ରକୃତରେ କେଉଁଠାରୁ ଆସିଛି, କିଏ ଲେଖିଛି ଓ ଏଥିରେ ଲେଖାଥିବା କଥାର ସତ୍ୟତା ନେଇ ଖୋଳତାଡ଼ ଆରମ୍ଭ ହୋଇଯାଇଛି।

➡️୩-ଆଜି ପ୍ରଭୁ ଧବଳେଶ୍ୱରଙ୍କୁ ଦର୍ଶନ ପାଇଁ ମନ୍ଦିର ଖୋଲିବ। ଶନିବାର ଓ ରବିବାର ପଞ୍ଚାୟତବାସୀ ଓ ୧୧ ତାରିଖ ସର୍ବସାଧାରଣ ଦର୍ଶନ କରିପାରିବେ।

➡️୪-ଦୀର୍ଘ ୪୧ବର୍ଷ ପରେ ପୁଣି ଥରେ ଶୁନରୁ ଆରମ୍ଭ ହେବ ଅର୍ଥବ୍ୟବସ୍ଥା ! ଜାରି ବର୍ଷର GDP ଅଭିବୃଦ୍ଧି -୭.୭ ରୁ ବି ରହିବ କମ୍ ।

➡️୫-ଖୁବ୍‌ଶୀଘ୍ର ଓଡ଼ିଶାରେ ୧୧/୧୨ଟି ଖଣି ନିଲାମ ହେବ। ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ସୂଚନା ଦେଇଛନ୍ତି।

➡️୬-ସିଭିଲ୍ ସର୍ଭିସ୍‌ରେ ଜାମ୍ମୁ-କାଶ୍ମୀର କ୍ୟାଡର ସମାପ୍ତ କଲେ କେନ୍ଦ୍ର ସରକାର, ଜାରି କଲେ ନୂତନ ଆଦେଶ ।

➡️୭-ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରର ଏକାମ୍ର କ୍ଷେତ୍ରରେ ସ୍ୱଚ୍ଛ ବିନ୍ଦୁ ସାଗର ପ୍ରକଳ୍ପର ଶୁଭାରମ୍ଭ କରିବେ । 

➡️୮-ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ୟାନ ହେଲା ଟ୍ରମ୍ପଙ୍କ ଫେସବୁକ ଓ ଇନଷ୍ଟାଗ୍ରାମ,ଟ୍ରମ୍ପଙ୍କ ସମର୍ଥକମାନେ ଆମେରିକାର କ୍ୟାପିଟୋଲ ବିଲ୍ଡିଂରେ ଧସେଇ ପଶି ହିଂସାକାଣ୍ଡ ଘଟାଇଥିଲେ। ଆଗକୁ ମଧ୍ୟ ଏଭଳି ଘଟଣା ଘଟିବାର ଆଶଙ୍କା ଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।

➡️୯-ରିଲିଜ୍ ହେଲା KGF 2ର ଟିଜର, ଦମଦାର ଅନ୍ଦାଜରେ ପରଦାକୁ ଫେରିଲେ ରକି । ସୁପରଷ୍ଟାର ୟଶଙ୍କ ଜନ୍ମ ଦିନ ଅବସରରେ ଜାନୁଆରୀ ୮ରେ ରିଲିଜ୍ କରାଯିବାକୁ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଏହା ଗତକାଲିଠାରୁ ଫିଲ୍ମର ଟିଜର ରିଲିଜ୍ ହୋଇଛି।

➡️୧୦-ରାଷ୍ଟ୍ରପତି ନିର୍ବାଚନରେ ପରାଜୟକୁ ସ୍ବୀକାର କରିବାକୁ ରାଜି ନଥିବା ଡୋନାଲଡ୍‌ ଟ୍ରମ୍ପଙ୍କ ବିଦ୍ରୋହ ଯୋଗୁଁ ବ୍ୟାପକ ହିଂସାକାଣ୍ଡ ଘଟି ୪ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

➡️୧୧-ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି ପାଇଛି। ରେକର୍ଡ ପାଇଁ ଆଉ ଅଳ୍ପ ବାକି, ଡିଜେଲ୍‌ ୮୧ ଟପିଲା ।

➡️୧୨-କରୋନା ସଙ୍କଟ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ କ୍ଷେତ୍ର ଗୁଡ଼ିକ ପାଇଁ ଆଜି ପୁଣିଥରେ ବୈଠକ ଡାକିବାକୁ ଯାଉଛନ୍ତି।

➡️ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *