#Breaking News

କାଳବୈଶାଖୀରେ ୫ ଘର ଭାଙ୍ଗିଲା, ସରକାରୀ ସହାୟତାକୁ ଅପେକ୍ଷା


ଫୁଲବାଣୀ(ସୁନୀଲପଟନାୟକ)
କାଳବୈଶାଖୀ ପ୍ରଭାବରେ କନ୍ଧମାଳ ଜିଲା ଦାରିଙ୍ଗ ବାଡି ବ୍ଳକର ଦନେକବାଡି ପଞ୍ଚାୟତ ଅନ୍ତର୍ଗତ ଜିଜା ମାହା ଗ୍ରାମରେ ୪/୫ ଜଣଙ୍କ ଘରର ଛପର ଉଡିଯାଇଛି । ରବିବାର ରାତିରେ ପ୍ରବଳ ବର୍ଷା ସହ ପବନ ଓ ବଜ୍ରପାତ ହୋଇଥିଲା । ଫଳରେ ଗ୍ରାମର ରାଜେନ୍ଦ୍ର ନାଏକ, ବାଲାଜିନ ଏକ ସତ୍ୟ ପ୍ରଧାନ, ସଞ୍ଜିବନୀ ନାୟକ ପ୍ରମୁଖଙ୍କ ଘରର ଆଜବେଷ୍ଟସ ଉଡ଼ିଯିବା ସହ କାନ୍ଥ ଭାଙ୍ଗିରୁଜି ଯାଇଛି । ଫଳରେ ଏହି ପରିବାରର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅନ୍ୟଘରେ ଆଶ୍ରୟ ନେଇଛନ୍ତି ।
ତୁରନ୍ତ ଏହି କ୍ଷତି ଗ୍ରସ୍ତ ପରିବାରକୁ ଉପଯୁକ୍ତ କ୍ଷତିପୁରଣ ଦେବା ଲାଗି ଗ୍ରାମବାସୀ ଦାବୀ କରିଛନ୍ତି।

Leave a comment

Your email address will not be published. Required fields are marked *